ଭୁବନେଶ୍ବର:କୋରୋନା ଟୀକାକରଣକୁ ନେଇ ତେଜିଲା ରାଜନୀତି । ଟୀକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ନେଇ ବିବାଦ ଜୋର ଧରିଛି । ବିଜେପି ବିଭିନ୍ନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଓ ଫଟୋ ଚିରିବାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି ।
ଟିକା ରାଜନୀତି ଉପରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ଏକମାତ୍ର ଦଳ ଯେ କି ଟିକା ସାର୍ଟିଫିକେଟରେ ଥିବା ପିଏମଙ୍କ ଫଟୋକୁ ବିରୋଧ କରିନାହିଁ । ତେଣୁ ଫଟୋ ଓ ପୋଷ୍ଟରକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ ବୋଲି ଲେନିନ କହିଛନ୍ତି । ପ୍ରତିକୂଳ ସ୍ଥିତିରେ ଟୀକାକରଣ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ।
ଅନ୍ୟ ପକ୍ଷରେ ରାଜ୍ୟବାସୀଙ୍କ ଶତ୍ରୁ ପାଲଟିଛି ରାଜ୍ୟ ବିଜେପି । ବିଜେପି କେବଳ ନିଜ ଚିନ୍ତା ଅଧିକ କରୁଛି ବୋଲି ଲେନିନ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ