ETV Bharat / city

ରାଜଧାନୀରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶିକ୍ଷକ ନେବେ ଟିକା - 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟୀକା

ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବରେ 45 ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଟିକା ଦିଆଯିବ । ଅଧିକ ପଢନ୍ତୁ...

45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶିକ୍ଷକ ପାଇବେ ଟିକା

author img

By

Published : Mar 30, 2021, 7:41 PM IST

ଭୁବନେଶ୍ବର: ରାଜଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକଙ୍କୁ ଦିଆଯିବ ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ମଙ୍ଗଳବାର ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।

45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶିକ୍ଷକ ପାଇବେ ଟିକା

କୋରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ମ୍ୟାସିଭ ଭ୍ୟାକ୍ସିନେସନ କରାଯିବ । ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଦୈନିକ ୬ ହଜାର ଟେଷ୍ଟିଂ କରିବା ପାଇଁ ଟାର୍ଗେଟ ଦିଆଯାଇଛି । ବର୍ତ୍ତମାନ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଉଛି । ଷ୍ଟ୍ରିଟ୍ ଭେଣ୍ଡର, ମଲର କର୍ମଚାରୀ, ରେଷ୍ଟୁରାଣ୍ଟର କର୍ମଚାରୀ, ୪୫ରୁ ଅଧିକ ବୟସର ଶିକ୍ଷକ ଏବଂ ଶିକ୍ଷୟତ୍ରୀ, ଇଲେକ୍ଟ୍ରି ସପ୍ଳାଏରଙ୍କୁ ନେଇ ପାଖାପାଖି ୨୦ ହଜାରରୁ ଅଧିକ ଲୋକଙ୍କ ଏକ ତାଲିକା କରାଯାଇଛି । ଆମର ଲକ୍ଷ୍ୟ ବର୍ତ୍ତମାନ ୧ ରୁ ୨ ମାସ ଭିତରେ ସମସ୍ତଙ୍କୁ ଟୀକାକରଣ ପ୍ରକ୍ରିୟାରେ ସାମିଲ କରିବ ବୋଲି କହିଛନ୍ତି ବିଏମସି କମିଶନର ।

ସେପଟେ ଝାରପଡା ସ୍ଥିତ ବାଲାଜୀ ଆପାର୍ଟମେଣ୍ଟରୁ ୩ ଜଣ କୋରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି । ସେଠାରେ ଗୋଟିଏ ଟେଷ୍ଟିଂ ଡେକ୍ସ କରାଯିବ । ସେହିଭଳି ଓଡିଏମ ସ୍କୁଲ ମଧ୍ୟରୁ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ମଧ୍ୟ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି । ଏହାସହ ଏଯାବତ୍ ଭୁବନେଶ୍ୱରର ୨ ରୁ ୩ ସିଲ କରାଯାଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.