ETV Bharat / city

ଖୁବଶୀଘ୍ର ପୂରଣ ହେବ ଏସସିବି ମେଡିକାଲ ଓ ଶିଶୁଭବନର ଖାଲିପଡିଥିବା ପଦବୀ - vacancies for SCB Medical to be filled soon

ଖୁବଶୀଘ୍ର ପୂରଣ ହେବ ଏସସିବି ମେଡିକାଲ ଓ ଶିଶୁଭବନର ଖାଲି ପଡିଥିବା ପଦବୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ..

ଖୁବଶିଘ୍ର ପୂରଣ ହେବ ଏସସିବି ମେଡିକାଲ ଓ ଶିଶୁଭବନର ଖାଲିପଡିଥିବା ପଦବୀ

author img

By

Published : Dec 16, 2020, 8:27 PM IST

ଭୁବନେଶ୍ୱର: କଟକ ବଡ ମେଡିକାଲରେ ଥିବା ନିଦାନ ବିଭାଗ ଗୁଡିକରେ ନିର୍ଭୁଲ ଓ ଠିକ୍ ସମୟରେ ସେବା ଯୋଗାଇ ଦେବା ପାଇଁ ଆଜି(ବୁଧବାର) ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକରେ କଟକ ବଡମେଡିକାଲରେ ଆବଶ୍ୟକୀୟ ଯନ୍ତ୍ରପାତି ଓ ଖାଲି ପଡିଥିବା ପଦବୀ ନିଯୁକ୍ତି ପାଇଁ ତ୍ଵରିତ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏନେଇ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ପରିକ୍ଷଣ ରିପୋର୍ଟ ତୁରନ୍ତ ଦେବାର ବ୍ୟବସ୍ଥା କରାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।

ତେବେ କେବଳ ଏତିକି ନୁହେଁ ଏହାସହ କଟକ ଶିଶୁ ଭବନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ଶିଶୁଭବନର ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଇସିୟୁ ବେଡ୍, ଖାଲି ପଡିଥିବା ପଦବୀ, ଲାବ୍ରୋଟାେରୀ ଟେକନିସିଆନ୍ ଆଦି ପୂରଣ ପାଇଁ ତ୍ଵରିତ ପଦକ୍ଷେପ ପାଇଁ ମନ୍ତ୍ରୀ ନବଦାସ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.