ଭୁବନେଶ୍ବର: ନାଗରିକତ୍ବ ସଂଶୋଧନ ଆଇନ(CAA)କୁ ଦେଶବ୍ୟାପୀ ବିରୋଧ । ଭଙ୍ଗାରୁଜା ସହ ଜଳୁଛି ଅଧା ସହରର । ହେଲେ ଏହି ଆଇନକୁ ସ୍ବାଗତଯୋଗ୍ୟ କରିଛନ୍ତି ଉତ୍କଳ ୟୁନିଭର୍ସିଟିର ଅଖିଳ ଭାରତୀୟ ବିଦ୍ୟାର୍ଥୀ ଛାତ୍ର ସଙ୍ଘ । ଏଥିସହ ଅନ୍ୟ କିଛି ତଥାକଥିତ ରାଜନୈତିକ ଦଳମାନେ ଛାତ୍ରଶକ୍ତି ସମ୍ମୁଖରେ ସିଏଏକୁ ନେଇ ମିଥ୍ୟା ତଥ୍ୟ ଦେଇ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ତାହା ନିନ୍ଦନୀୟ ବିଷୟ ବୋଲି ଛାତ୍ରସଙ୍ଘ ପ୍ରକାଶ କରିଛି ।
ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସମ୍ମୁଖରେ WeSupport ସିଏଏକୁ ଫ୍ଲାଗ-କାର୍ଡ ସହିତ ନାରାଦେଇ ସମସ୍ତ ଛାତ୍ରଶକ୍ତିକୁ ଏହି ନିୟମ ବିଷୟରେ ଆଲୋତପାତ କରିଥିଲେ ଛାତ୍ରସଂଘ । ଶୁକ୍ରବାର ଉତ୍କଳ ବିଶ୍ବବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ରାଲିରେ ବାହାରି ମାଷ୍ଟକ କ୍ୟାଣ୍ଟିନ ଯାଏ ସଂଘ ଶୋଭାଯାତ୍ରା କରିଥିଲା ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ