ଭୁବନେଶ୍ବର: ପ୍ରକାଶ ପାଇଛି ୨୦୨୧ NIRF ରାଙ୍କିଙ୍ଗ । ଦେଶର ଶ୍ରେଷ୍ଠ 100 ବିଶ୍ବବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛି ଉତ୍କଳ । NIRF ରାଙ୍କିଙ୍ଗରେ ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଟପ୍ 100 ୟୁନିଭରସିଟି ମଧ୍ୟରେ 87 ରାଙ୍କରେ ରହିଛି । ଅନ୍ୟପଟେ ମେଡିକାଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ ରିସର୍ଚ୍ଚ ସେଣ୍ଟରରେ ମଧ୍ୟ ଓଡିଶାରୁ ଅନେକ କଲେଜ ରହିଛି ।
NIRF RANKING 2021 ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟ 87 ରାଙ୍କରେ ରହିଥିବାବେଳେ 20 ରାଙ୍କରେ ରହିଛି ସୋଆ ଅନୁସନ୍ଧାନ, 21 ରାଙ୍କରେ ରହିଛି କିଟ୍ ବିଶ୍ବବିଦ୍ୟାଳୟ । ଇଞ୍ଜିନିୟରିଂରେ ଓଡିଶାରୁ 5ଟି କଲେଜ ରହିଛି । ଏହାମଧ୍ୟରେ 20 ରାଙ୍କରେ ରାଉରକେଲାର ଏନଆଇଟି, 28ତମ ରାଙ୍କରେ ନିଟ୍ ଭୁବନେଶ୍ବର, 32 ରାଙ୍କରେ ସୋଆ, 39 ରାଙ୍କରେ କିଟ୍ ଏବଂ 100 ରାଙ୍କରେ ଆଇଏମଆଇ ଭୁବନେଶ୍ବର ରହିଛି ।
ମ୍ୟାନେଜମେଣ୍ଟରେ ଓଡିଶାରୁ କିଟ୍ 31 ରାଙ୍କରେ ରହିଥିବାବେଳେ 34 ରାଙ୍କରେ ରହିଛି ଜାଭିୟର । ସେହିପରି 61 ରାଙ୍କରେ ଆଇଆଇଏମ ସମ୍ବଲପୁର, 62 ରାଙ୍କରେ ଆଇଏମଆଇ ଭୁବନେଶ୍ବର ରହିଛି । ମେଡିକାଲ କଲେଜ ମଧ୍ୟରେ ଓଡିଶାରୁ 21 ରାଙ୍କରେ ସୋଆ, 31 ରାଙ୍କରେ ଏମ୍ସ, 36 ରାଙ୍କରେ କିଟ୍, 39 ରାଙ୍କରେ ଏସସିବି ମେଡିକାଲ କଲେଜ ରହିଛି । ରିସର୍ଚ୍ଚରେ ଭୁବନେଶ୍ୱର ଆଇଆଇଟି 43 ରାଙ୍କରେ ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ