ETV Bharat / city

ଚର୍ଚ୍ଚାରେ ଉତ୍କଳ ବିଶ୍ବବିଦ୍ୟାଳୟ: ପ୍ରଫେସରଙ୍କୁ ତାଲା ପକାଇଲେ HOD

author img

By

Published : Jul 16, 2019, 9:39 PM IST

ଉତ୍କଳ ବିଶ୍ବବିଦ୍ୟାଳୟର ସାଇକୋଲୋଜି ପ୍ରଫେସରଙ୍କୁ ବିଭାଗୀୟ ଏଚଓଡିଙ୍କ ଜୁଲମ ଅଭିଯୋଗ । ଦୀର୍ଘ 4 ଘଣ୍ଟା ପ୍ରଫେସରଙ୍କୁ ସାଇକୋଲୋଜି ବିଭାଗରେ ତାଲା ପକାଇଲେ ବିଭାଗୀୟ ଏଚଓଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଛାତ୍ର ଗଣ୍ଡଗୋଳ ହେଉ ବା ନିର୍ବାଚନ ତାତି ବିଭିନ୍ନ ଘଟଣାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସୁଛି ଉତ୍କଳ ବିଶ୍ବବିଦ୍ୟାଳୟ । ତେବେ ଜଣେ ସାଇକୋଲୋଜି ବିଭାଗର ପ୍ରଫେସରଙ୍କୁ ତାଙ୍କ ବିଭାଗରେ ଏଚଓଡି ତାଲା ପକାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଫଳରେ 4 ଘଣ୍ଟା ଧରି ବିଭାଗରେ ବନ୍ଦ ହୋଇ ରହିଥିଲେ ପ୍ରଫେସର ମହେଶ୍ବର ଶତପଥି । ପୋଲିସ ସହାୟତାରେ ଶେଷରେ ତାଙ୍କୁ ଉଦ୍ଧାର କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମହେଶ୍ବର ଅଭିଯୋଗ କରିଛନ୍ତି ଯେ, 2016ରେ ବିଶ୍ବ ବିଦ୍ୟାଳୟରେ ଯୋଗ ଦେବା ପର ଠାରୁ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ନା ନା ହଇରାଣ କରାଯାଉଛି । ବିଭାଗରେ ତାଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଦିଆଯାଉ ନଥିବା ସହ ଦରମା ମଧ୍ୟ ଦିଆଯାଉ ନାହିଁ ।

ଏପରିକି ମେଲ୍ ମାଧ୍ୟମରେ ଧମକ ଦିଆଯିବା ସହ ଜୀବନରୁ ମଧ୍ୟ ମାରି ଦେବାକୁ ଧମକ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଆଗକୁ ସେ ଆଇନର ସହାୟତା ନେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.