ଭୁବନେଶ୍ବର: କୋଭିଡ -19 ସଂକ୍ରମଣ ବୃଦ୍ଧି ହେତୁ ହଷ୍ଟେଲ ଖାଲି କରିବା ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କୁ ଆସନ୍ତା 12 ତାରିଖରୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
![ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ](https://etvbharatimages.akamaized.net/etvbharat/prod-images/od-bbsr-05-utkal-university-7206049_08042021211523_0804f_1617896723_182.jpg)
ହଷ୍ଟେଲଗୁଡିକରେ ସେମାନଙ୍କୁ ଗାଇଡଲାଇନ ମାନିବାକୁ ପଡିବ। ଏପ୍ରିଲ 17 ରୁ ହଷ୍ଟେଲ ବନ୍ଦ ରହିବ। ଅନ୍ୟପଟେ ପିଏଚଡ଼ି ପିଲାମାନଙ୍କ ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ଗୁରୁବାର ବୈଠକରେ ନିଷ୍ପତ୍ତି ନିଆଯାଇ ସମସ୍ତ ହଷ୍ଟେଲ ୱାର୍ଡନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ