ETV Bharat / city

ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି - ଉତ୍କଳ ରୋୟାଲ ରେସିଡେନ୍ସି

ଶୁକ୍ରବାର ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ ରୋୟାଲ ରେସିଡେନ୍ସିକୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ୧୦ ଦିନ ପାଇଁ ସିଲ କରାଯାଇଛି । ଅଧିକ ପଢନ୍ତୁ...

ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି
ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି
author img

By

Published : Apr 23, 2021, 11:05 PM IST

ଭୁବନେଶ୍ୱର : କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି । ଶୁକ୍ରବାର ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ ରୋୟାଲ ରେସିଡେନ୍ସିକୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ୧୦ ଦିନ ପାଇଁ ସିଲ କରାଯାଇଛି । ୨୩ ଏପ୍ରିଲ ରୁ ୨ ମଇ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଆପାର୍ଟମେଣ୍ଟ ।

ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି
ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି
ଉକ୍ତ ଆପର୍ଟମେଣ୍ଟର ଆବାସିକ ସମାଜ ଦ୍ୱାରା ତୁରନ୍ତ ବିଶୋଧନ ହେବାକୁ ନିର୍ଦ୍ଧେଶ ଦେଇଛି ବିଏମସି । ସମସ୍ତଙ୍କର ୨୪, ୨୫ ତାରିଖରେ ଆରଟିପିସିଆର ଟେଷ୍ଟ କରାଯିବ। ଏହି ବନ୍ଦ ସମୟ ମଧ୍ୟରେ କୌଣସି ବ୍ୟକ୍ତି ବାହାରକୁ ଯାଇ ପାରିବେନି କିମ୍ବା କୌଣସି ବାହାର ଲୋକ ଏହା ମଧ୍ୟକୁ ପ୍ରବେଶ କରିପାରିବେନି ।

କେବଳ ଆବଶ୍ୟକ ସ୍ଥଳେ ବିଏମସି କର୍ମଚାରୀ ଭିତରକୁ ଯାଇ ପାରିବେ । ଚିହ୍ନିତ ପଜିଟିଭ ଆକ୍ରାନ୍ତ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରେ ନିଜ ଖର୍ଚ୍ଚରେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଅନ୍ୟ କୌଣସି ଆକ୍ରାନ୍ତ ଚିହ୍ନଟ ହେଲେ ଆବାସିକ ସମାଜ ବିଏମସିକୁ ତୁରନ୍ତ ଅବଗତ କରିବେ । କୌଣସି ଏମେର୍ଜନସି ପଡିଲେ ବିଏମସି କଣ୍ଟ୍ରୋଲ ରୁମକୁ 7847873040 ମୋବାଇଲ ନମ୍ବରକୁ ଫୋନ କରି ପାରିବେ ଏବଂ1929 କଲ ସେଣ୍ଟରର ସହାୟତା ମଧ୍ୟ ନେଇପାରିବେ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.