ETV Bharat / city

Budget 2022-23: ବଜେଟ୍ ଆଗତ ପରେ ପ୍ରତିକ୍ରିୟା ରଖିଲା UCCI

author img

By

Published : Feb 1, 2022, 9:37 PM IST

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ସାମଗ୍ରୀକ ଭାବେ ଏକ ସନ୍ତୁଳିତ ବଜେଟ୍ । ଯଦି ଏହାକୁ ରେଟିଂ କରାଯାଏ ତେବେ ୧୦ରୁ ସାଢେ ୭ ପ୍ରତିଶତ ନମ୍ବର ଏହି ବଜେଟକୁ ମିଳିବ । ବଜେଟ୍ ଆଗତ ପରେ ଏହି ପ୍ରତିକ୍ରିୟା ରଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇ । ଅଧିକ ପଢନ୍ତୁ

Budget 2022-23: ବଜେଟ୍ ଆଗତ ପରେ ପ୍ରତିକ୍ରିୟା ରଖିଲା UCCI
Budget 2022-23: ବଜେଟ୍ ଆଗତ ପରେ ପ୍ରତିକ୍ରିୟା ରଖିଲା UCCI

ଭୁବନେଶ୍ବର: ବଜେଟ୍ ଆଗତ ପରେ ପ୍ରତିକ୍ରିୟା ରଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ୍ ସାମଗ୍ରୀକ ଭାବେ ଏକ ସନ୍ତୁଳିତ ବଜେଟ୍ । ଯଦି ଏହାକୁ ରେଟିଂ କରାଯାଏ ତେବେ ୧୦ରୁ ସାଢେ ୭ ପ୍ରତିଶତ ନମ୍ବର ଏହି ବଜେଟକୁ ମିଳିବ । ବଜେଟ୍ ଆଗତ ପରେ ଏହି ପ୍ରତିକ୍ରିୟା ରଖିଛି ଉତ୍କଳ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ବା ୟୁସିସିଆଇ ।

ବଜେଟ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟୁସିସିଆଇ ଉପସଭାପତି ଅଶୋକ ସାରଦା କହିଛନ୍ତି, ବଜେଟରେ ବ୍ୟୟବରାଦ ଓ ସାମଗ୍ରୀକ ଯୋଜନା ବୟାନ କରୁଛି ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିବା ଉଦ୍ୟମ କରି ଏଭଳି ଏକ ବଜେଟ୍ ପ୍ରସ୍ତୁତ ହୋଇଛି । ଏହି ବଜେଟରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ କିଛି ବିଶେଷ ବ୍ୟବସ୍ଥା ହୋଇନାହିଁ । କିନ୍ତୁ ଏମ୍ଏସଏମଇ କ୍ଷେତ୍ରକୁ ଆଶାଠାରୁ ଅଧିକ ଗୁରୁ୍ତ୍ୱ ଦିଆଯାଇଛି , ଯାହା ଶୁଭ ସୂଚନା । ପୂର୍ବ ଥରକ ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ୩ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଏଥର ସେହି କ୍ଷେତ୍ର ପାଇଁ ୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହାଦ୍ୱାରା ଦୁର୍ଗମ ଅଞ୍ଚଳରେ ବି ଏମଏସଏମଇ କ୍ଷେତ୍ରକୁ ଆଗକୁ ବଢିବା ପାଇଁ ସୁଯୋଗ ମିଳି ପାରିବ । ବଜେଟରୁ ପରିବହନ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବା ଭଲ ଉଦ୍ୟମ । ୪ ଶହରୁ ଅଧିକ ନୂଆ ବନ୍ଦେ ଭାରତ ଟ୍ରେନର ବ୍ୟବସ୍ଥା ହୋଇଥିବା ବେଳେ ମାଲ ପରିବହନ ପାଇଁ ଫ୍ରେଟ୍ କରିଡ଼ରର ବ୍ୟବସ୍ଥା ହୋଇଛି, ଯାହା ଆଗକୁ ଅନେକ ସୂଚନା ଆଣିବ । ବଜେଟରେ କୃଷି କ୍ଷେତ୍ରକୁ ମଧ୍ୟ ଗୁରୁ୍ତ୍ୱ ଦିଆଯାଇଛି ।

ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ଦିଗରେ ସରକାର ଯେଉଁ ଅର୍ଥ ବ୍ୟବସ୍ଥା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ସିଧା ଚାଷୀଙ୍କ ଆକାଉଣ୍ଟକୁ ଏହି ଅର୍ଥ ଯିବ, ଯାହା ପ୍ରଶଂସନୀୟ ଉଦ୍ୟମ । ବଜେଟରେ ବ୍ୟାକିଂ ବ୍ୟବସ୍ଥାକୁ ଅଧିକ ପ୍ରସାରିତ ଓ ବ୍ୟବସ୍ଥିତ କରିବା ପାଇଁ ପୋଷ୍ଟ ଅଫିସ ଗୁଡ଼ିକୁ ନେଟ୍ ବ୍ୟାକିଂ ସହ ଯୋଡ଼ିବା ଭଲ ଉଦ୍ୟମ । କିନ୍ତୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ବିକାଶ ପାଇଁ ଯେତିକି ପରିମାଣର ଅର୍ଥ ବରାଦ ହୋଇଛି ତାହା ଖୁବ୍ ନଗନ୍ୟ । ଏ ବାବଦରେ ଅଧିକ ଅର୍ଥ ବ୍ୟବସ୍ଥା କରିବା ଦରକାର ଥିଲା । ଜମିଜମା ସଂକ୍ରାନ୍ତୀୟ ତଥ୍ୟଗୁଡ଼ିକୁ ସାର୍ବଜନୀନ କରିବା ପାଇଁ ୱାନ୍ ନେସନ ୱାନ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ସମୟୋପଯୋଗୀ । ଡ଼ିଫେନ୍ସ ବ୍ୟବସ୍ଥାରେ ଉନ୍ନତି ପାଇଁ ଅଧିକ ଅର୍ଥ ବ୍ୟୟବରାଦ କରିବା ଦ୍ୱାରା ଏମଏସଏମଇ କ୍ଷେତ୍ରକୁ ଅଧିକ ସୁଯୋଗ ମିଳିବ ଏହା ଏକ ବଡ଼ ପଦକ୍ଷେପ । ଇଲେକ୍ଟିକାଲ ଭେହିକିଲ୍ କ୍ଷେତ୍ରରେ ବିଶେଷ ଅର୍ଥ ବ୍ୟବସ୍ଥା କରିବା ତଥା ବ୍ୟାଟେରି ସ୍ୱାପିଂ ଲାଗୁ କରିବା ଏକ ସମୟପୋଯୋଗୀ ଯୋଜନା ।

ସେହିଭଳି ୟୁସିସିଆଇର ଅନ୍ୟତମ ଉପସଭାପତି ବିନୋଦ ଦାଶ କହିଛନ୍ତି, ଏହା ଏକ ସମୟପୋଯୋଗୀ ବଜେଟ୍ । ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଏଭଳି ଏକ ବଜେଟ ପ୍ରସ୍ତୁତ କରାଯାଇଛି । ବିଶେଷକରି କୋଭିଡ଼ ମହାମାରୀ ସମୟରେ ସାରା ଦେଶରେ ଶ୍ରେଣୀଗୃହ ପାଠପଢା ଯେଭଳି ଠପ୍ ହୋଇଯାଇଥିଲା ତାକୁ ସୁଧାରିବା ପାଇଁ ୨୦୦ ନୂଆ ଟିଭି ଚ୍ୟାନେଲ କରିବା ଉଦ୍ୟମ ପ୍ରଶଂସନୀୟ । ଏହାଦ୍ୱାରା ଉପାନ୍ତ ଅଞ୍ଚଳରେ ବି ନେଟ୍ ନ ଥାଇ ପିଲାମାନେ ପାଠ ପଢିପାରିବେ । ଏହାଦ୍ୱାରା ପିଲାମାନେ ନିଜ ଭାଷାରେ ପାଠ ପଢିପାରିବେ । ସମୟକୁ ଗୁରୁତ୍ୱ ଦେଇ ଡ଼ିଜିଟାଲ ୟୁନିଭରସିଟି ପାଇଁ ବଜେଟରେ ବ୍ୟୟବରାଦ କରାଯିବା ପ୍ରଶଂସନୀୟ । ଏହାସହିତ ବଜେଟ୍ରେ ୫ଟି ସେଂଟର ଅଫ ଏକ୍ସିଲେନ୍ସି ବ୍ୟବସ୍ଥା କରିବା ଭଲ ପଦକ୍ଷେପ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.