ETV Bharat / city

ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ଲେଡିଜ୍ ଫୋରମ୍ ୟୁସିସିଆଇ

author img

By

Published : Oct 3, 2020, 10:27 PM IST

ଲେଡିଜ୍ ଫୋରମ୍ ୟୁସିସିଆଇ ଭୁବନେଶ୍ବର ସହଯୋଗର ହାତ ବଢ଼ାଇଛି । ଉପକୃତ ହେଲେ ୮ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଭାବଗ୍ରାହୀ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର ୮ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଏହି ଫୋରମ୍, ମୋବାଇଲ ଫୋନ୍ ବଣ୍ଟନ କରିଛି ।

USSI ladies forum distribute smartphone to students
ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମୋବାଇଲ ବାଣ୍ଟିଲେ ଲେଡିଜ୍ ଫୋରମ୍ ୟୁସିସିଆଇ

ଭୁବନେଶ୍ବର: ଶିକ୍ଷା, ସଫଳତାର ଚାବିକାଠି। ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମାତ୍ର କୋରୋନା ମହାମାରୀରେ କବଳିତ ସାରା ବିଶ୍ବ ଅବ୍ୟବସ୍ଥିତ ହୋଇପଡ଼ିଥିବାବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏଥିରେ ପ୍ରଭାବିତ ହୋଇଛି।

ଗତ ୬ ମାସ ହେଲା ସ୍କୁଲ ବନ୍ଦ। ତେଣୁ ଶ୍ରେଣୀଗୃହର ବିକଳ୍ପ ପନ୍ଥା ଭାବେ ଶିକ୍ଷକଙ୍କ ପାଠପଢ଼ା ଏବେ ଅନ୍‌ଲାଇନ୍‌କୁ ଚାଲିଆସିଛି। ସେଥିପାଇଁ ମୋବାଇଲ ଫୋନ୍‌ର ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି । ସମସ୍ତଙ୍କ ପକ୍ଷରେ ଏହା କିଣିବା ସମ୍ଭବ ନୁହେଁ।

ଏଥିପାଇଁ ଲେଡିଜ୍ ଫୋରମ୍ ୟୁସିସିଆଇ ଭୁବନେଶ୍ବର ସହଯୋଗର ହାତ ବଢ଼ାଇଛି। ଉପକୃତ ହେଲେ ୮ ଦୃଷ୍ଟିହୀନ ଛାତ୍ରଛାତ୍ରୀ । ଭାବଗ୍ରାହୀ ଆଦର୍ଶ ଦୃଷ୍ଟିହୀନ ବିଦ୍ୟାଳୟର ୮ ଜଣ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଏହି ଫୋରମ୍, ମୋବାଇଲ ଫୋନ୍ ବଣ୍ଟନ କରିଛି। ଏହି କାର୍ଯ୍ୟକ୍ରମକୁ ଫୋରମ୍ ସଭାପତି ଡକ୍ଟର ଗୀତାରାଣୀ ପାଢ଼ୀ, ସମ୍ପାଦକ ଡକ୍ଟର ଭାରତୀ ବେହେରା ଓ ଅନ୍ୟ ସଦସ୍ୟମାନେ ସଫଳ କରାଇଥିଲେ। ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ନ୍ୟାସୀ ବେହେରା ମଧ୍ୟ ଉପସ୍ଥିତ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.