ETV Bharat / city

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-2020, ଶୀର୍ଷରେ ଓଡିଶା

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-2020ରେ ଓଡିଶା ଏକ ନମ୍ବର । ଦ୍ବିତୀୟରେ ମହାରାଷ୍ଟ୍ର ଓ ତୃତୀୟରେ ଛତିଶଗଡ । ଅଧିକ ପଢନ୍ତୁ...

author img

By

Published : Dec 9, 2020, 11:44 AM IST

ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ
ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ

ଭୁବନେଶ୍ବର: ଅର୍ବାନ ଗଭର୍ଣ୍ଣାନ୍ସ ଇଣ୍ଡେକ୍ସ-2020ରେ ଓଡିଶା ଏକ ନମ୍ବର ସ୍ଥାନରେ ରହିଛି। 28ଟି ରାଜ୍ୟର 40ଟି ସହରରେ ହୋଇଥିବା ସର୍ଭେରେ ଓଡିଶା ସବୁଠୁ ଆଗରେ ରହିଛି । ପ୍ରଜା ଫାଉଣ୍ଡେସନ ପକ୍ଷରୁ ହୋଇଥିବା ସର୍ଭେରେ ଓଡିଶା 100ରୁ 56.86 ପ୍ରତିଶତ ମାର୍କ ପାଇ ଶୀର୍ଷ ସ୍ଥାନରେ ରହିଛି ।

ସେହିପରି ମହାରାଷ୍ଟ୍ର ଦ୍ବିତୀୟ ଓ ଛତିଶଗଡ ତୃତୀୟ ସ୍ଥାନରେ ରହିଛି । 55.15 ମାର୍କ ସହ ମହାରାଷ୍ଟ୍ର ଦ୍ବିତୀୟ ଓ 55.15 ମାର୍କ ସହ ଛତିଶଗଡ ତୃତୀୟ ସ୍ଥାନରେ ରହିଛି । 3 ବର୍ଷ ଧରି ଏହି ସର୍ଭେ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଶୀର୍ଷରେ ରହିଛି ।

ଆଞ୍ଚଳିକ ଅର୍ବାନ ପ୍ଲାନିଂ, ସଡକ ଓ ରାସ୍ତାଘାଟ, ଲ୍ୟାଣ୍ଡ ରେଗୁଲେସନ, ଅର୍ଥନୈତିକ ଓ ସାମାଜିକ ଅଭିବୃଦ୍ଧି, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନିଶମ ବ୍ୟବସ୍ଥା, ସହରାଞ୍ଚଳ ବନୀକରଣ ଭଳି ବିଭିନ୍ନ ପାରାମିଟରର ସର୍ଭେ କରାଯାଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.