ETV Bharat / city

ରାଜ୍ୟ ସରକାରଙ୍କ ୱାର୍ଡ ଅଫିସର ନିଯୁକ୍ତିକୁ ନେଇ ଘେରିଲେ ବିରୋଧୀ - ନଗର ଉନ୍ନୟନ ବିଭାଗ

ସହରାଞ୍ଚଳ ବାସୀନ୍ଦାଙ୍କୁ ଉତ୍ତମ ଶାସନ ଯୋଗାଇ ଦେବା ପାଇଁ ସରକାର ନିଯୁକ୍ତି କରିବେ ୱାର୍ଡ ଅଫିସର । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 25, 2019, 3:20 AM IST

ଭୁବନେଶ୍ବର: ଏଣିକି ରାଜ୍ୟର ସମସ୍ତ ପୌରପାଳିକା ଓ ନଗର ପାଳିକାରେ ଖୋଲିବ ଓ୍ଵାର୍ଡ ଅଫିସ ଏବଂ ନିଯୁକ୍ତି ହେବେ ନଗର ଉନ୍ନୟନ ବିଭାଗର ଜଣେ ଲେଖାଏଁ ଅଫିସର । ଏମାନଙ୍କ ପଦବୀ ୱାର୍ଡ ଅଫିସର ହେବା ସହ ନିଯୁକ୍ତି କରିବେ ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଓ୍ଵାର୍ଡ ଅଫିସ ମାନେ ରାଜ୍ୟ ସରକାରଙ୍କ 5T ମନ୍ତ୍ରକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବେ । ଏହି ଓ୍ଵାର୍ଡ ଅଫିସର ମାନେ ସରକାରଙ୍କ ସମସ୍ତ କାର୍ଯ୍ୟର ତଦାରଖ ,ରକ୍ଷଣାବେକ୍ଷଣ , ବିଭିନ୍ନ ସମସ୍ୟା ଓ ଡାଟା ଆଦି ସରକାରଙ୍କ ପାଖରେ ପହଞ୍ଚାଇବେ । ଏହାସହ ଓ୍ଵାର୍ଡ ଅଫିସର ମାନେ ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବରେ ସହରାଞ୍ଚଳରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟ କରିବେ । ସମସ୍ୟା ବିଷୟରେ ମଧ୍ୟ ତୁରନ୍ତ ସରକାରଙ୍କୁ ଜଣାଇବେ ଏହି ଓ୍ଵାର୍ଡ ଅଫିସର । ଏହା ସହ ସକାଳ ୧୦ଟାରୁ ରାତି ୧୨ ପର୍ଯ୍ୟନ୍ତ ଓ୍ଵାର୍ଡ ଅଫିସ କାର୍ଯ୍ୟକ୍ଷମ ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଓ୍ଵାର୍ଡ ଅଫିସର ମାନେ ପ୍ରତିଦିନ ଓ୍ଵାର୍ଡରେ ରହିଥିବା ସମସ୍ୟା ବିଷୟରେ ଅବଗତ ହେବା ସହ , ଗମନାଗମନ , ବିଜୁଳି, ପାଣି, ଲାଇଟ ଆଦି ସମସ୍ୟାକୁ ଚିହ୍ନଟ କରିବା ସହ ଏହାର ସମାଧାନ କରାଇବେ ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଉଭୟ ବିରୋଧୀ କଂଗ୍ରେସଓ ବିଜେପି ସାମାଲୋଚନା କରିଛନ୍ତି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ସରକାର ପିଇବା ପାଣି ବୁନ୍ଦାଏ ପହଞ୍ଚାଇ ପାରୁନାହାନ୍ତି । ଅସରାଏ ବର୍ଷା ହେଲେ ଭାସୁଛି ସହର । ଆଜି ପର୍ଯ୍ୟନ୍ତ ମୌଳିକ ସମସ୍ୟା ସମାଧାନ କରିପାରିଲେ ନାହିଁ । ଏଥିରୁ ସ୍ପଷ୍ଟ ଏହି ୱାର୍ଡ ଅଫିସର ନିଯୁକ୍ତି କିଛି ଲାଭ ହେବ ନାହିଁ ।

ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ସରକାରଙ୍କୁ ସମାନ ଢଙ୍ଗରେ ସମାଲୋଚନା କରିଛନ୍ତି । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ବିଧାୟକ ପ୍ରତାପ ଦେବ କହିଛନ୍ତି ବିରୋଧୀଙ୍କ କାମ ହେଲା ବିରୋଧ କରିବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଏଣିକି ରାଜ୍ୟର ସମସ୍ତ ପୈରପାଳିକା ଓ ନଗର ପାଳିକା ରେ ଖୋଲିବ ଓ୍ଵାର୍ଡ ଅଫିସ ଏବଂ ସେଠାରେ ନଗର ଉନ୍ନୟନ ର ଜଣେ ଲେଖାଏଁ ଅଫିସର ଙ୍କୁ ଓ୍ଵାର୍ଡ ଅଫିସର ଭାବରେ ନିଜୁକ୍ତ କରିବେ ରାଜ୍ୟ ସରକାର ।ଏନେଇ ଅରବାନ୍ ଓ ହାଉସିଂ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏହି ଓ୍ଵାର୍ଡ ଅଫିସ ରାଜ୍ୟ ସରକାରଙ୍କ 5T ମନ୍ତ୍ର କୁ ଠିକ ଓ ସୂଚାରୁ ରୂପେ କାର୍ଯ୍ୟ କାରୀ କରିବେ ।ଏନେଇ ରାଜ୍ୟର ସମସ୍ତ ମୁନିସପାଲିଟ୍ ଏରିଆ ରେ ଓ୍ଵାର୍ଡ ଅଫିସର ନିଜୁକ୍ତ କରାଯିବ ।

Body:ଏହି ଓ୍ଵାର୍ଡ ଅଫିସର ମାନେ ସରକାର ଙ୍କ ସମସ୍ତ କାର୍ଯ୍ୟ ର ତଦାରଖ ,ରକ୍ଷଣାବେକ୍ଷଣ ,ସମସ୍ୟା ଓ ଡାଟା ଆଦି ସରକାରଙ୍କ ପାଖରେ ପହଞ୍ଚାଇବେ , ଏହି ଓ୍ଵାର୍ଡ ଅଫିସର ମାନେ ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବେର ସହରାଞ୍ଚଳରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟ କରିବେ , ସମସ୍ୟା ବିଷୟରେ ମଧ୍ୟ ତୁରନ୍ତ ଜଣାଇବେ ଏହି ଓ୍ଵାର୍ଡ ଅଫିସର ।ଏହା ସହ ସଖାଳ ୧୦ଟାରୁ ରାତି ୧୨ ପର୍ଯ୍ୟନ୍ତ ଓ୍ଵାର୍ଡ ଅଫିସ ଖୋଲା ରହିବ ।

ଏହି ଓ୍ଵାର୍ଡ ଅଫିସର ମାନେ ରେଗୁଲାର ଭାବେ ଓ୍ଵାର୍ଡ ର ରହିଥିବା ସମସ୍ୟା ବିଷୟରେ ଅବଗତ ହେବା ସହ ,ଗମନାଗମନ ,ବିଜୁଳି, ପାଣି,ପବ୍ଲିକ ଟୟଲେଟ୍,ଷ୍ଟିର୍ଟି ଲାଇଟ୍ ଆଦି ସମସ୍ୟା କୁ ଚିହ୍ନଟ କରିବା ସହ ଏହାର ସମାଧାନ କରାଇବେ ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୁ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି କଟାକ୍ଷ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ,୩ଟି କଥା କହୁଥିଲେ ।ହେଲେ ପିଇବା ପାଣି ମୁନ୍ଦେ ପହଞ୍ଚି ପାରୁନାହିଁ ।ସେପଟେ ଅସରାଏ ବର୍ଷା ହେଲେ ଭାସୁଛି ସହର ,ଏସେବୁ କିଛି କାର୍ଯ୍ୟକାରୀ ହେବନାହିଁ ।ଏସବୁ କଥାର କୁସେଳେକା ଯେତେବେଳେ ନିର୍ବାଚିତ କର୍ପୋରେଟର ଯେତେବେଳେ କାମ ଶୁଣୁନାହାନ୍ତି ସେତେବେଳେ ଓ୍ଵାର୍ଡ ଅଫିସର କଣ କାମ କରିବେ । ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ସରକାରଙ୍କ ସମାନ ଢଙ୍ଗ ରେ ସମାଲୋଚନା କରିଛନ୍ତି ।

Conclusion:ଏନେଇ ବିଜେଡି ନେତା ପ୍ରତାପ ଦେବ କହିଛନ୍ତି ଯେ,
ବିରୋଧୀ ସବୁବେଳେ ସମାଲୋଚନା କରିବେ ,ଜନସେବା କିଭଳି ବାଧାପ୍ରାପ୍ତ ନହେବ,ଲୋକେ ନିୟମିତ ଭାବେ ସେବା ପାଇବେ ଏ ପଦକ୍ଷେପ ନିଆଯାଇଛି ।ଯେହେତୁ ପୈର ନିର୍ବାଚନ ହୋଇନାହିଁ ,ସେଥିପାଇଁ ଓ୍ଵାର୍ଡ ଅଫିସର ଓ୍ଵାର୍ଡ ର ବିକାଶ ପାଇଁ କାର୍ଯ୍ୟ କରିବେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.