ETV Bharat / city

ବିଧାନସଭା ଖବର: 5ଟି ସ୍କୁଲ ଅବ୍ୟବସ୍ଥା ନେଇ କମ୍ପିଲା ଗୃହ

author img

By

Published : Jul 15, 2022, 7:28 PM IST

Updated : Jul 15, 2022, 7:43 PM IST

ଶିକ୍ଷା ଓ ଭିତ୍ତିଭୂମି ବିକାଶ ଉପରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । 5ଟି ସ୍କୁଲର ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ସେପଟେ କିଛି ସ୍ଥାନରେ ସ୍କୁଲ ନିର୍ମାଣ ଅବ୍ୟବସ୍ଥା ନେଇ ସ୍ୱୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ

OdishaAssembly
OdishaAssembly

ଭୁବନେଶ୍ବର: ଶିକ୍ଷା ଓ ଭିତ୍ତିଭୂମି ବିକାଶ ଉପରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ବିଧାନସଭାରେ ସରଗରମ ଆଲୋଚନା ହୋଇଛି । 5ଟି ସ୍କୁଲର ଅବ୍ୟବସ୍ଥା ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । 5ଟି ସ୍କୁଲ ନାଁରେ ଶାସକ ଦଳ, ଦଳୀୟ ନେତାଙ୍କୁ ବଳିୟାନ କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ସେପଟେ କିଛି ସ୍ଥାନରେ ସ୍କୁଲ ନିର୍ମାଣ ଅବ୍ୟବସ୍ଥା ନେଇ ସ୍ୱୀକାର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

5ଟି ସ୍କୁଲ ଅବ୍ୟବସ୍ଥାକୁ ନେଇ କମ୍ପିଲା ବିଧାନସଭା

ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ, ସରକାରୀ ସ୍କୁଲ ଅବ୍ୟବସ୍ଥା ମଧ୍ୟରେ ଚାଲିଛି । ସ୍କୁଲରେ ଶିକ୍ଷକ ଅଭାବ ସାଙ୍ଗକୁ ଭିତ୍ତିଭୂମୀର ବିକାଶ କରାଯାଉନାହିଁ । ଅନେକ ସ୍କୁଲ ବିପଦ ସଂକୁଳ ଅବସ୍ଥାରେ ରହିଛି । ହେଲେ ସେହି ସ୍କୁଲର ବିକାଶ ଲାଗି ସରକାର ପଦକ୍ଷେପ ନେଉନାହାନ୍ତି । ଅନ୍ୟପକ୍ଷରେ 5ଟି ସ୍କୁଲ ନିର୍ମାଣ କରି ଲୋକଙ୍କୁ ଭୁଆଁ ବୁଲାଯାଉଥିବା ମୋହନ ଅଭିଯୋଗ କରିଛନ୍ତି । 50 ଲକ୍ଷରୁ 1 କୋଟି ଟଙ୍କା ରାଜ୍ୟ ତହବିଲରୁ ଖର୍ଚ୍ଚ ହେଉଛି । ହେଲେ ଟେଣ୍ଡର କରାଯାଉନାହିଁ । କେବଳ ଦଳୀୟ ନେତାଙ୍କୁ ପୋଷା ଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ସ୍କୁଲରେ ଆବଶ୍ୟକୀୟ ପରିମାଣର ଶିକ୍ଷକ ଅଭାବ ରହିଛି । ଏହାକୁ ପୂରଣ କରିବାରେ ଆନ୍ତରିକତା ଦେଖାଉନାହାନ୍ତି ସରକାର । ପୁରୁଣା ସ୍କୁଲ ଘରେ ଚୂନ ମାରି 5ଟି ସ୍କୁଲ କହୁଛନ୍ତି ସରକାର ।

ସେପଟେ ମୁଲତବୀ ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା 3,12,482 ସ୍କୁଲର ଭିତ୍ତିଭୂମୀ ନିମନ୍ତେ 6,267 କୋଟି 38 ଲକ୍ଷ 57 ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି । ଚଳିତ ଆର୍ଥିକ ବର୍ଷରେ 12466 ଟି ସ୍କୁଲ ପାଇଁ 319 କୋଟି 16 ଲକ୍ଷ 58 ହଜାର ଟଙ୍କା ମଞ୍ଜୁରୀ ଲାଭ କରିଛି । 1867ଟି ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମୀର ବିକାଶ ଲାଗି 14 ଲକ୍ଷ 79 ହଜାର କୋଟି ଟଙ୍କା ବରାଦ କରାଯାଇଛି । 512 ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଲାଇବ୍ରେରୀ ସାଇନ୍ସ ଲାବ, ଶୌଚାଳୟ, ବିଦ୍ୟୁତକରଣ ଓ ଆସବାବପତ୍ର ପାଇଁ 432 କୋଟି 8 ଲକ୍ଷ 81 ହଜାର ଟଙ୍କା ପ୍ରଦାନ କରାଯାଇଛି । ଦ୍ଵିତୀୟ ପର୍ଯ୍ୟାୟରେ 8ଟି ବ୍ଲକର 1 ହଜାର 146ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରିତ କରିବା ପାଇଁ 687 କୋଟି 60 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଡ୍ରପ ଆଉଟ ରୋକିବା ପାଇଁ ସରକାର ସ୍ମାର୍ଟ ସ୍କୁଲ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । 24 ଜିଲ୍ଲାରେ 3051ଟି ସ୍କୁଲକୁ ମୋ ସ୍କୁଲ ଜରିଆରେ 1428 କୋଟି ଟଙ୍କାର ପାଣ୍ଠି ଯୋଗାଇ ଦିଆଯାଇଛି । ଖାଲିପଡିଥିବା ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରୀ ରହିଛି ।

ଏପଟେ ସର୍ବଶିକ୍ଷା ଅଭିଯାନରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଜାତୀୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଶିକ୍ଷା କ୍ଷେତ୍ରରେ ଓଡିଶାର ଅଗ୍ରଗତି ଜାତୀୟ ହାର ଠାରୁ ଯଥେଷ୍ଟ ଅଧିକ ବୋଲି ମୁଲତବୀ ଉତ୍ତରେ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 15, 2022, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.