ଭୁବନେଶ୍ବର: କୌଣସି ଦର୍ଶନାର୍ଥୀଙ୍କ ପାଇଁ ଶ୍ରୀ ମନ୍ଦିର ଖୋଲାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ଭିତରେ ହିଁ ସ୍ନାନ ପୂର୍ଣ୍ଣିମା ପାଳନ କରାଯିବ । ସୀମିତ ସେବକ ଓ କିଛି ପ୍ରଶାସନିକ ଅଧିକାରୀଙ୍କୁ ଦିଆଯିବ ଅନୁମତି । ଏନେଇ ଭୁବନେଶ୍ବର ଓ ପୁରୀଠାରେ ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ତେବେ ସ୍ନାନ ପୂର୍ଣ୍ଣିମାର ସିଧା ପ୍ରସାରଣ ଭକ୍ତମାନେ ଘରେ ବସି କିପରି ଦେଖିପାରିବେ, ସେନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦିଆଯାଇଛି ।
ରଥଯାତ୍ରା ପାଇଁ ଶନିବାର ବସିଥିବା ବୈଠକରେ ବିଧି ଅନୁସାରେ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଇଛି । ଯଦି ରାଜ୍ୟ ସରକାର ଅନୁମତି ଦେବେ ତେବେ ରଥଯାତ୍ରା ହୋଇପାରିବ, କିନ୍ତୁ ଶ୍ରଦ୍ଧାଳୁମାନେ କିପରି ପୁରୀକୁ ନଆସିବେ ତାହାର ବ୍ୟବସ୍ଥା ସରକାର କରିବେ। ଲକଡାଉନର ନୂଆ ନିୟମକୁ ଦେଖି ରାଜ୍ୟ ସରକାର ରଥଯାତ୍ରାକୁ ନେଇ ଯାହା ଅନୁମତି ଦେବେ ତାକୁ ପରିଚାଳନା କମିଟି ପାଳନ କରିବ ବୋଲି କୁହାଯାଇଛି । ଲକ ଡ଼ାଉନ ନିୟମ ପରିବର୍ତ୍ତନ ହେଲେ ବି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏପରି କିଛି ପ୍ରସ୍ତାନ ପ୍ରସ୍ତାବ ପରିଚାଳନା କିମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ମହାପ୍ରଭୁଙ୍କ ବିଧି ବନ୍ଦ କରିବା ଅନୁଚିତ ହେବ ବୋଲି କହିଛି ପରିଚାଳନା କମିଟି । ତେବେ ଯଦି ରଥଯାତ୍ରାକୁ ଅନୁମତି ମିଳେ ତାହାଲେ ଏହାକୁ ସୁରୁଖୁରୁରେ ସୁରୁଖୁରୁରେ କରାଯିବ ନେଇ ପ୍ରତିକ୍ରିୟା ଦେଇଛି କମିଟି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ