ETV Bharat / city

ରାଜ୍ୟରେ ଅସୁରକ୍ଷିତ ମହିଳା, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ - bjp press meet

ଭଦ୍ରକ ଚାନ୍ଦବାଲି ଥାନା ଅଧୀନରେ ମହିଳାଙ୍କ ଉପରେ ବିଜେଡି ଗୁଣ୍ଡାଙ୍କ ହିଂସାତ୍ମକ ଆକ୍ରମଣ ଘଟଣା । ମାମଲାର ତଦନ୍ତ ପାଇଁ ଗତ 10 ତାରିଖରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ତତ୍ବାବଧାନରେ ଏକ ଟିମ ଘଟଣାସ୍ଥଳକୁ ଗସ୍ତ କରିଥିଲା । ଅଧିକ ପଢନ୍ତୁ...

BJP Leader target on state govt
ରାଜ୍ୟରେ ଅସୁରକ୍ଷିତ ମହିଳା, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ
author img

By

Published : Jul 13, 2020, 1:48 PM IST

Updated : Jul 13, 2020, 2:51 PM IST

ଭୁବନେଶ୍ବର: ଭଦ୍ରକ ଚାନ୍ଦବାଲି ଥାନା ଅଧୀନରେ ମହିଳାଙ୍କ ଉପରେ ବିଜେଡି ଗୁଣ୍ଡାଙ୍କ ହିଂସାତ୍ମକ ଆକ୍ରମଣ ଘଟଣା । ମାମଲା ସମ୍ପର୍କରେ ଜାଣିବା ପରେ ଗତ 10 ତାରିଖରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ତତ୍ବାବଧାନରେ ଏକ ଟିମ ଘଟଣାସ୍ଥଳକୁ ଗସ୍ତ କରିଥିଲା । ହେଲେ ଟିମ ସେଠାରେ ଉପଲବ୍ଧ କରିଥିବା ଅନୁଭୂତି ଆଶ୍ଚର୍ଯ୍ୟଜନକ ଥିଲା ବୋଲି ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଉତୁକୁଡ଼ା ପଞ୍ଚାୟତରେ ଘଟିଥିବା ଘଟଣାର ସମସ୍ତ ତଥ୍ୟ ସେଠାର ମହିଳାଙ୍କ ତାଙ୍କୁ କହିଛନ୍ତି । ବିଜେଡି ଗୁଣ୍ଡାଙ୍କ ଆକ୍ରମଣରେ କାହାର ହାତ ଭାଙ୍ଗିଛି ତ କାହା ଶରୀରରେ କ୍ଷତାକ୍ତ ଚିହ୍ନ ରହିଛି । ଏପରିକି ଅନେକ ଲୋକ ବାସହୀନ ହୋଇଛନ୍ତି । ଘଟଣାକୁ ବୟାନ କରିବା ସମୟରେ ପଞ୍ଚାୟତବାସୀଙ୍କ ମନରେ କୋକୁଆ ଭୟ ଦେଖାଦେଇଥିଲା ।

ରାଜ୍ୟରେ ଅସୁରକ୍ଷିତ ମହିଳା, ସରକାରଙ୍କ ଉପରେ ବର୍ଷିଲେ ବିଜେପି ନେତ୍ରୀ

ଅପରପକ୍ଷେ ପୋଲିସ ଘଟଣାରେ ଏଫଆଇଆର ଗ୍ରହଣ କରିବା ବଦଳରେ ଧକ୍କା ଦେଇ ଥାନାରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଜିଲ୍ଲା ଏସପିଙ୍କୁ ଭେଟି ଦଳର ନେତା ଅବଗତ କରାଇଥିଲେ । ହେଲେ ମାମଲାକୁ 10 ଦିନ ବିତିଥିଲେ ବି ଏଯାବତ୍ କୌଣସି ପଦକ୍ଷପ ନିଆଯାଇନାହିଁ । ବରଂ ଦଳୀୟ ଆଧାରରେ ସମସ୍ତ ନିଷ୍ପତ୍ତି ନିଆଯାଉଛି । ସ୍ଥାନୀୟ ବିଧାୟକ ବ୍ୟୋମକେଶ ମହାନ୍ତିଙ୍କ ଛତ୍ରଛାୟା ତଳେ ରହି ତାଲିବାନ ଶାସନ ଚାଲିଛି । ଯାହା ଏବେ ଅସହ୍ୟ ହୋଇଛି । ତେଣୁ 48 ଘଣ୍ଟାର ସମୟ ଦେଉଛୁ । ଏସପି ମୁହଁ ଖୋଲନ୍ତୁ । ନତେଚ୍ ମହିଳାଙ୍କ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବାରୁ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ବିଜେପି ନେତ୍ରୀ ପ୍ରତିକ୍ରୟା ରଖିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 13, 2020, 2:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.