ETV Bharat / city

ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ

author img

By

Published : Jan 6, 2022, 6:59 AM IST

ଆଜିଠୁ (ଗୁରୁବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (union railway minister ashwini vaishnav) । ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଧାନୀ ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ

ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ
ଆଜିଠୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ

ଭୁବନେଶ୍ବର: ଆଜିଠୁ (ଗୁରୁବାର) ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (union railway minister ashwini vaishnav) । ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଧାନୀ ଓ କଟକରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ ରେଳମନ୍ତ୍ରୀ । ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ବିଏସଏନଏଲ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେବେ ଅଶ୍ବିନୀ ।

ରାଜ୍ୟର ଗ୍ରାମାଞ୍ଚଳରେ ୩ ହଜାର ୯୩୩ ମୋବାଇଲ ଟାୱାର ଏବଂ ୨୦୭ ନୂତନ ପୋଷ୍ଟ ଅଫିସର ଶୁଭାରମ୍ଭ କରିବେ । ପୁରୀରୁ ରାଜଧାନୀ କୋଚ ଲାଗିଥିବା ତପସ୍ବିନୀ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ । ଏହାବାଦ କଟକ ରେଳ ଷ୍ଟେସନର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିବେ । ଏହାବାଦ ବାଲେଶ୍ବର ଗସ୍ତ କରି ବାଲେଶ୍ବର-ନୀଳଗିରି ରେଳଲାଇନର ଭିତ୍ତିପ୍ରସ୍ତର ରଖିବେ । ଏତତ୍ ବ୍ୟତୀତ GIMSAR ର ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବେ ଅଶ୍ବିନୀ ।

୭ ତାରିଖ ଅର୍ଥାତ୍ ଶୁକ୍ରବାର କଟକ ଚଣ୍ଡୀମନ୍ଦିର ଯାଇ ମା'ଙ୍କୁ ଦର୍ଶନ କରିବା ପରେ ସେଠାରେ ଏକ ମୋବାଇଲ ହେଲଥ ୟୁନିଟର ଶୁଭାରମ୍ଭ କରିବେ । ଏହା ପରେ ବାଲେଶ୍ବର ଗସ୍ତ କରିବେ ଅଶ୍ବିନୀ । ସେଠାରେ ବାଲେଶ୍ବର- ଭୁବନେଶ୍ବର ମେମୁ ପାସେଞ୍ଜର ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବେ । ଏହାବାଦ କ୍ଷୀରଚୋରା ଗୋପିନାଥ ମନ୍ଦିର ଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ବସ୍ତା ଗସ୍ତ କରି ରେଳଷ୍ଟେସନର ଉନ୍ନତୀକରଣ ଏବଂ ଭଦ୍ରକ-ଖଡଗପୁର ୩ୟ ରେଳଲାଇନ କାର୍ଯ୍ୟ ତଦରାଖ କରିବେ ।

ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଶେଷ ଥର ପାଇଁ ୨୦୨୧ ଅଗଷ୍ଟରେ ପ୍ରଥମ ଥର ଓଡିଶା ଆସିଥିଲେ ଅଶ୍ବିନୀ । କୋରାପୁଟ, ରାୟଗଡା ଓ ବଲାଙ୍ଗୀର ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.