ETV Bharat / city

ସନ୍ଥଙ୍କୁ ମିଳିଲା ଗୋ-ସମ୍ପଦ

ପ୍ରଖର ସ୍ପଷ୍ଟବାଦୀ ରାଜନେତା ଓ ବାଲେଶ୍ବରରୁ ସାଂସଦ ହୋଇ ମୋଦି ମନ୍ତ୍ରୀମଣ୍ଡଳରେ ରାଷ୍ଟ୍ରମନ୍ତ୍ରୀ ହୋଇଥିବା ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଗୋ-ସମ୍ପଦ ବିଭାଗ। ସେହିପରି ଏମଏସଏମଇ, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଭଳି ଗୁରୁ ଦାୟିତ୍ବ ଦେଇଛନ୍ତି ମୋଦି।

author img

By

Published : May 31, 2019, 5:53 PM IST

ଡିଜାଇିନ୍ ଫଟୋ

ଭୁବନେଶ୍ବର: ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା 'ସନ୍ଥ ମହାତ୍ମା' ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମିଳିଛି ଗୋ-ସମ୍ପଦ ବିଭାଗ । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଆସ୍ଥା ଜିଣିଥିବା ଏହି ଗରିବ ନେତାଙ୍କୁ କ୍ଷୁଦ୍ର, ସୂକ୍ଷ୍ମ ଏବଂ ମଧ୍ୟମ ଉଦ୍ୟୋଗ, ପ୍ରାଣୀ ଓ ମତ୍ସ୍ୟ ବିଭାଗ ଭଳି ଗୁରୁ ଦାୟିତ୍ବ ମଧ୍ୟ ଦିଆଯାଇଛି।

ଓଡିଶାର ମୋଦି ଭାବେ ପରିଚିତ ଏହି ସନ୍ଥ ଦେଖିବାକୁ ଯେତିକି ସରଳ ତାଙ୍କ ଜୀବନଯାପନ ମଧ୍ୟ ସେତିକି ନିରାଡମ୍ବର । ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ଲଢି ବିଜୟ ଲାଭ କରିବା ପରେ ମୋଦି ତାଙ୍କ 2ୟ ଇନିଂସରେ ରାଷ୍ଟ୍ରମନ୍ତ୍ରୀ ରୂପେ କରିଛନ୍ତି ସାମିଲ।

58 ଜଣିଆ ମନ୍ତ୍ରୀ ପରିଷଦରେ ଓଡିଶାର 2ଜଣଙ୍କୁ ମିଳିଛି ମୌକା । ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବ ପରି ପେଟ୍ରୋଲିଅମ,ପ୍ରାକୃତିକ ଗ୍ୟାସ ମନ୍ତ୍ରାଣଳୟ ଥିବା ବେଳେ ନୂଆ କରି ମିଳିଛି ଇସ୍ପାତ ବିଭାଗ । ସେହିପରି ପ୍ରଖର ସ୍ପଷ୍ଟବାଦୀ ଓ ବିଶ୍ବହିନ୍ଦୁ ପରିଷଦର ପ୍ରମୁଖ ସଦସ୍ୟ ପ୍ରତାପ ଷଡଙ୍ଗୀଙ୍କୁ ମିଳିଛି ଏମଏସଏମଇ, ମତ୍ସ୍ୟ, ପ୍ରାଣୀ ଓ ଗୋ-ସମ୍ପଦ ବିଭାଗ ।

Intro:Body:

sdfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.