ETV Bharat / city

କେନ୍ଦ୍ର ଯୋଜନା ଅପହରଣ କରୁଛନ୍ତି ବିଜେଡି ସରକାର: ପ୍ରତାପ ଷଡ଼ଙ୍ଗୀ

ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡ଼ପ ହେଉଛି । ମିଛ ପ୍ରଂଶସା ସାଉଁଟିବାର କୁପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ଅଭିଯୋଗ କରିଛନ୍ତି ଖୋଦ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଅଧିକ ପଢନ୍ତୁ...

କେନ୍ଦ୍ର ଯୋଜନାକୁ ଅପହରଣ କରୁଛନ୍ତି ବିଜେଡି ସରକାର

author img

By

Published : Jun 21, 2021, 9:33 PM IST

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡ଼ପ ହେଉଛି । ମିଛ ପ୍ରଂଶସା ସାଉଁଟିବାର କୁପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର । ଏନେଇ ଅଭିଯୋଗ କରିଛନ୍ତି ଖୋଦ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

  • ଓଡ଼ିଶା ସରକାରଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ହଡ଼ପ କରି ମିଛ ପ୍ରଂଶସା ସାଉଁଟିବାର କୁପ୍ରୟାସ ଜାରି ରହିଛି l

    — Pratap Sarangi (@pcsarangi) June 21, 2021 " class="align-text-top noRightClick twitterSection" data=" ">
  • କେନ୍ଦ୍ର ସରକାରଙ୍କ ଦ୍ୱାରା ବିଶ୍ୱର ସବୁଠୁ ବଡ ମାଗଣା ଟୀକାକରଣ ଅଭିଯାନ ଜାରି ଥିବାବେଳେ , ରାଜ୍ୟ ସରକାର କେବେଳ ମାନ୍ୟବର ମୁଖ୍ୟମନ୍ତ୍ରୀ (@CMO_Odisha )ଙ୍କ ଫଟୋ ଲଗାଇ ଯୋଜନାକୁ ଅପହରଣ କରି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ l

  • ମୋର ଆଶା ଓ ବିଶ୍ୱାସ ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହେବା ସହ ସର୍ବଭାରତୀୟ ସ୍ତରରେ COVID19 ବିରୋଧରେ ଚାଲିଥିବା ମହାଯୁଦ୍ଧ ରେ ନିଃସ୍ୱାର୍ଥପର ଭାବେ ନିଜକୁ ସାମିଲ କରିବେ l

ପ୍ରତାପ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ବିଶ୍ବର ସବୁଠୁ ବଡ ମାଗଣା ଟୀକାକରଣ ଅଭିଯାନ ଜାରି ରହିଛି । ରାଜ୍ୟ ସରକାର କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଇ ଯୋଜନାକୁ ଅପହରଣ କରୁଛନ୍ତି । ଏଭଳି ଶସ୍ତା ରାଜନୀତି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ପ୍ରତାପ ।

ରାଜ୍ୟ ସରକାରଙ୍କ ସଦବୁଦ୍ଧି ଉଦୟ ହେବ ବୋଲି ପ୍ରତାପ ଆଶା ରଖିଛନ୍ତି । ସର୍ବଭାରତୀୟ ସ୍ତରରେ କୋଭିଡ଼ ବିରୋଧରେ ଚାଲିଥିବା ମହାଯୁଦ୍ଧରେ ରାଜ୍ୟ ସରକାର ନିଃସ୍ବାର୍ଥପର ଭାବେ ସାମିଲ ହେବାକୁ ପ୍ରତାପ ଆହ୍ବାନ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.