ETV Bharat / city

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ - କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ

ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ । ଭୁବନେଶ୍ବର ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ

author img

By

Published : Oct 6, 2021, 10:52 PM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଖାଉଟି ବ୍ୟାପାର ସହ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଛନ୍ତି ଅଶ୍ଵିନୀ । ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିବା ପରେ ବିଜେପି କାର୍ଯ୍ୟକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ ସ୍ଵାଗତ ଜଣାଇଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ

ଭୁବନେଶ୍ବର ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଚୌବେ । ଗୁରୁବାର ପୁରୀ ବେଳାଭୂମିରେ ସାଗର ତଟ ସ୍ଵଛ ଅଭିଯାନ ଏବଂ ଆଜାଦୀ କି ଅମୃତ ମହୋତ୍ସବରେ ଯୋଗ ଦେବା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ଅଶ୍ବିନୀ । ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ମନ୍ତ୍ରୀ ।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ବିଭାଗର ପୁର୍ବାଞ୍ଚଳ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ସହ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀଙ୍କ ସହ ମଧ୍ୟ ବୈଠକ କରିବେ ଚୌବେ । ସନ୍ଧ୍ୟାରେ ମନ୍ତ୍ରୀ ପୁରୀରୁ ଫେରି ଲିଙ୍ଗରାଜ ଦର୍ଶନର କରିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.