ETV Bharat / city

ଭାଷା ସଂଗମ ଓ ମୋବାଇଲ ଆପ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭାଷା ସଂଗମ ଓ ମୋବାଇଲ ଆପ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୨ ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ । ଭାଷା ସଂଗମ ଆପ ରେ ୨୨ ଟି ଆଞ୍ଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି । ଅଧିକ ପଢନ୍ତୁ...

author img

By

Published : Nov 2, 2021, 6:58 AM IST

Union Minister of Education
Union Minister of Education

ଭୁବନେଶ୍ବର: ଭାଷା ସଂଗମ ଓ ମୋବାଇଲ ଆପ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୨ ଟି ଆଞ୍ଚଳିକ ଭାଷାରେ ଦୈନିକ ବ୍ୟବହାରିକ କଥା ଶିଖିବେ ଛାତ୍ରଛାତ୍ରୀ । ଭାଷା ସଂଗମ ଆପ’ ରେ ୨୨ ଟି ଆଞ୍ଚଳିକ ଭାଷାରେ ପ୍ରତିଦିନ ବ୍ୟବହୃତ ୧୦୦ଟି ସାଧାରଣ ବାକ୍ୟ ଉପଲବ୍ଧ ରହିଛି । ଭାଷା ସଂଗମ ଭାଷାର ଏକ ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ଦେବ।, ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇନ ଗେମ ଆପ ଭାରତର ସଭ୍ୟତା, ସଂସ୍କୃତି ଓ ଇତିହାସ ଉପରେ ଅବଗତ କରାଇବ।

ଏହାସହ ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । ବହୁ ଭାଷାରେ ଶିକ୍ଷା ପ୍ରଦାନକୁ ପ୍ରୋତ୍ସାହନ ଦେବା ପାଇଁ ଉଦ୍ୟମ କରାଯାଇଛି । ଦେଶରେ ଦୈନନ୍ଦିନ ବ୍ୟବହୃତ ହେଉଥିବା ସାଧାରଣ କଥା ଗୁଡିକୁ ଏଣିକି ୨୨ ଟି ଆଞ୍ଚଳିକ ଭାଷାରେ ସ୍କୁଲ ଛାତ୍ରଛାତ୍ରୀମାନେ ଶିଖିପାରିବେ । ଏଥିପାଇଁ ଆଜି ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ଏକ ଭାରତ ଶ୍ରେଷ୍ଠ ଭାରତ ଅନ୍ତର୍ଗତ ଭାଷା ସଂଗମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏହି ସ୍ଵତନ୍ତ୍ର ଲୋକାର୍ପଣ ସମାରୋହରେ ଯୋଗଦେଇ ପ୍ରଧାନ କହିଛନ୍ତି ଯେ ଶୁଭାରମ୍ଭ ହୋଇଥିବା ଭାଷା ସଙ୍ଗମ, ଭାଷାର ଏକତା ମାଧ୍ୟମରେ ବିବିଧ ଭାଷାକୁ ପ୍ରୋତ୍ସାହନ ପ୍ରଦାନ କରିବ । ଭାଷା ସଂଗ୍ରାମ ମୋବାଇଲ ଆପରେ ଦେଶରେ ପ୍ରତିଦିନ ବ୍ୟବହୃତ ୧୦୦ ଟି ସାଧାରଣ ବାକ୍ୟ ଗୁଡିକୁ ୨୨ ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଛି । ଏହା ଦ୍ଵାରା ଛାତ୍ରଛାତ୍ରୀମାନେ ଆପ ମାଧ୍ୟମରେ ସାଧାରଣ କଥା ଗୁଡିକର ପ୍ରୟୋଗ ବିଭିନ୍ନ ଭାଷାରେ କ’ଣ କୁହାଯାଏ ଜାଣିପାରିବେ ।

ଏତଦ ବ୍ୟତୀତ ଏକ ଭାରତ ଶ୍ରେଷ୍ଠ ଭାରତ ମୋବାଇଲ କୁଇଜ ଗେମ ଆପର ବ୍ୟବହାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ରାଜ୍ୟର ସମୃଦ୍ଧ ସଂସ୍କୃତି, ଦେଶର ବୀର ସଂଗ୍ରାମୀ, ଐତିହ୍ୟ, ପରମ୍ପରା, ପର୍ଯ୍ୟଟନ ସ୍ଥଳି, ଭାଷା, ଭୂଗୋଳ, ଇତିହାସକୁ ଅଧିକ ଜାଣିପାରିବେ । ଭାରତୀୟ ଭାଷାକୁ ପ୍ରୋତ୍ସାହନ ଦେବା ଜାତୀୟ ଶିକ୍ଷା ନୀତି ୨୦୨୦ ର ମୂଳ ଉଦ୍ଦେଶ୍ୟ । ଆଗାମୀ ଦିନରେ ଭାଷାକୁ କ୍ରେଡିଟ ଅନ୍ୟ ବ୍ୟବସ୍ଥାରେ ଏକତ୍ରିତ କରାଯିବ । ଦେଶ ସ୍ଵାଧୀନତାର ୭୫ ବର୍ଷ ଉପଲକ୍ଷେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଅଛି । ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ଅଭିନବ ପଦକ୍ଷେପ ଭାରତୀୟ ଭାଷାରେ ଛାତ୍ରଛାତ୍ରୀ ଏବଂ ନାଗରିକଙ୍କୁ ମଧ୍ୟରେ ଶିକ୍ଷା ପ୍ରତି ପ୍ରୋତ୍ସାହନ ପ୍ରଦାନ କରିବ ।

ଆଜିର ଏହି କାର୍ଯ୍ୟକ୍ରମରେ ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବ ବୋଲି ଶିକ୍ଷାମନ୍ତ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଆରଆର ସିଂହ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଅନିତା କରୱାଲ ଓ ଉଚ୍ଚ ଶିକ୍ଷା ସଚିବ ସଞ୍ଜୟ ମୂର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.