ନୂଆଦିଲ୍ଲୀ: ମହାମହିମ ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଶିକ୍ଷାର ବିକାଶ ଓ ନିଯୁକ୍ତି ସମ୍ବନ୍ଧରେ ରାଷ୍ଟ୍ରପତିଙ୍କ ପରାମର୍ଶ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ନୂଆ ମନ୍ତ୍ରଣାଳୟ ପାଇବା ପରେ ପ୍ରଥମ ଥର ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି ଧର୍ମେନ୍ଦ୍ର । ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଭାବେ ନବନିଯୁକ୍ତ ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତିଙ୍କ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ଲୋଡିଛନ୍ତି ଶିକ୍ଷା ମନ୍ତ୍ରୀମଣ୍ଡଳ ସଦସ୍ୟ ।

ଏପଟେ କ୍ୟାବିନେଟ କମିଟି ଅଫ ଇକୋନୋମିକ ଅଫେୟାର୍ସରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାରଙ୍କ ସଦ୍ୟ ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କମିଟି ହେଉଛି 'କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଅଫେୟାର୍ସ' । ଏହାସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ କମିଟି ଅନ ଏମ୍ପଲଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ