ETV Bharat / city

ନୂତନ ଜାତୀୟ ଶିକ୍ଷାନୀତିର ଅଗ୍ରଗତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା

author img

By

Published : Jul 9, 2021, 8:27 PM IST

୩୦ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳ ଭବିଷ୍ୟତ ପାଇଁ ନୂତନ ଶିକ୍ଷାନୀତିକୁ ନେଇ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ନୂତନ ଜାତୀୟ ଶିକ୍ଷାନୀତିର ଅଗ୍ରଗତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା
ନୂତନ ଜାତୀୟ ଶିକ୍ଷାନୀତିର ଅଗ୍ରଗତି ନେଇ ଧର୍ମେନ୍ଦ୍ରଙ୍କ ସମୀକ୍ଷା

ଭୁବନେଶ୍ବର: ଆକ୍ସନ ମୋଡ଼ରେ ନବନିଯୁକ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ କରିଛନ୍ତି ମାରାଥନ ଆଲୋଚନା । ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(NEP) କାର୍ଯ୍ୟକାରୀର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସ୍ୱୟଂଶାସିତ ସଂସ୍ଥା ଗୁଡ଼ିକ ସହ ସାକ୍ଷାତ୍ ଓ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

ଏହି ଅବସରରେ ନୂଆ ଶିକ୍ଷାନୀତିର କାର୍ଯ୍ୟକାରୀ ସହ ଦେଶରେ ଥିବା ୩୦ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ କଣ ପଦକ୍ଷେପ ନିଆଯିବ, ତାହା ଉପରେ ଆଲୋକପାତ କରାଯାଇଛି । ଏହାବ୍ୟତୀତ ନୂଆ ଶିକ୍ଷା ନୀତିର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦୀସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.