ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ, କୋଭିଡ ମୁକାବିଲା ନେଇ ଦେଲେ ନୂଆ ପ୍ରସ୍ତାବ - Union Minister Dharmendra Pradhan

ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ନେଇ ପ୍ରସ୍ତୁତ ଥିବା ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,କୋଭିଡ ମୁକାବିଲା ନେଇ ଦେଲେ ନୂଆ ପ୍ରସ୍ତାବ

author img

By

Published : May 12, 2021, 4:04 PM IST

Updated : May 12, 2021, 4:33 PM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବର୍ତ୍ତମାନ କୋଭିଡ ସ୍ଥିତି ଓ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପ ବାବଦରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ସହ କେନ୍ଦ୍ରର ମୋଦି ସରକାର ଓଡିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଥିବାନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ସମୟ । ତେଣୁ ତୃଣମୂଳ ସ୍ତରରେ କୋଭିଡର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ଵେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି ।

  • 1. Spoke with Hon. CM Odisha Shri @Naveen_Odisha to brief him about the efforts being taken by GOI under the leadership of Hon. PM Shri @narendramodi ji to further bolster Odisha’s response to the current and emerging challenges of #Covid19.

    — Dharmendra Pradhan (@dpradhanbjp) May 12, 2021 " class="align-text-top noRightClick twitterSection" data=" ">

ଆସନ୍ତା 15 ଦିନ ମଧ୍ୟରେ ଓଡିଶାରେ କୋଭିଡ ସଂକ୍ରମଣ ହାର କମ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କ ପାଇଁ ଆହ୍ମାନପୂର୍ଣ୍ଣ ହେବାକୁ ଯାଉଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ସେ ରାଜ୍ୟ ସରକାରଙ୍କୁ କୋଭିଡ ମୁକାବିଲା ରଣନୀତି ନେଇ କିଛି ଗଠନ ମୂଳକ ପ୍ରସ୍ତାବ ମଧ୍ୟ ଦେଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ବର୍ତ୍ତମାନ ସ୍ଥିତିକୁ ଦେଖି ରାଜ୍ୟ ସରକାର ଏକ ମହାମାରୀ ମୁକାବିଲା କମିଟି (କୋଭିଡ କ୍ରାଇସେଶ କମିଟି) ଗଠନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାରେ କିପରି ଭ୍ୟାକସିନ୍ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ରାଜ୍ୟକୁ କିପରି ଭ୍ୟାକସିନ, ରେମଡ଼େସିଭର ଔଷଧ, ରାପିଡ୍ ଅଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗା ଯାଇପାରିବ ସେ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜଣାଇଛନ୍ତି ।

ବର୍ତ୍ତମାନ କୋଭିତ୍ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମିଳିତ ସହଯୋଗ ଏବଂ ସମନ୍ବୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟୀ ହୋଇପାରିବ । ଆମେ ଏକାଠୀ ହୋଇ କୋଭିଡ ଲଢେଇ ଜିତିପାରିବା ବୋଲି ଧର୍ମେନ୍ଦ୍ର ଟ୍ୱିଟ କରି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଂଗଠନ, ବ୍ୟାଙ୍କ ଏବଂ ରେଳ ବିଭାଗର କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇଥିଲେ । ରାଜ୍ୟରେ ଟେଷ୍ଟିଂ, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିର୍ତିଭୂମି ଉପରେ ଗୁରୁତ୍ବ ଦେବାକୁ କହିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 12, 2021, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.