ETV Bharat / city

ମଇଦାନ ନୁହେଁ ଭିଡିଓରେ ଗର୍ଜିଲେ ଧର୍ମେନ୍ଦ୍ର

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ଜାରି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଗରିବଙ୍କୁ ଭୟଭୀତ କରାଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।

author img

By

Published : Apr 21, 2019, 6:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: 2ଟି ପର୍ଯ୍ୟାୟରେ ରାଜ୍ୟରେ ସରିଯାଇଛି ମତଦାନ । ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି(ରବିବାର) ପ୍ରଚାର କାର୍ଯ୍ୟ ଶେଷ ହେବ । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ଜାରି କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଗରିବଙ୍କୁ ଭୟଭୀତ କରାଇ, ଧମକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ସେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟରେ ବିଜେପି ସରକାର ଆସିଲେ ଖାଦ୍ୟ ସୁରକ୍ଷା ସହ ପୃଷ୍ଟି ନିରାପତ୍ତା ସୁନିଶ୍ଚିତ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଥିବା ପର୍ଯ୍ୟନ୍ତ ଭାରତ ଓ ଓଡିଶାର ଗରିବଙ୍କ କେହି ଅନିଷ୍ଟ କରିପାରିବେ ନାହିଁ । ୧୯ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟରେ ୨୫ଟି ଜିଲ୍ଲାରେ ଗରିବ ଘରର ଗର୍ଭବତୀ ମହିଳା ଓ ଶିଶୁମାନେ କୁପୋଷଣର ଶିକାର ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

୨୦୩୬କୁ ଓଡିଶା ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂର୍ତ୍ତି ହେବାକୁ ଥିବା ବେଳେ ଆଜିର ଜନ୍ମ ନେଇଥିବା ଶିଶୁ ସେତେବେଳେ ଦୁର୍ବଳ ଯୁବକ ଯୁବତୀ ଅବସ୍ଥାରେ ଥିବ । ଏହାକୁ ଧ୍ୟାନରେ ରଖି ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦିଆଯିବ । ଯାହାଫଳରେ ଆଜିର ଜନ୍ମ ନେଇଥିବା ଶିଶୁ କୁପୋଷଣର ଶିକାର ହେବେ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଏହାସହ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋଦି ସରକାର ଓଡିଶାରେ ହେଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ଅପପ୍ରଚାର କରୁଛନ୍ତି । ମାତ୍ର ଟଙ୍କିକିଆ ଚାଉଳର ହିସାବ ପିଏମ ମୋଦି ଖୋଦ୍ ଓଡିଶାର ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ଡବଲ ଇଞ୍ଜିନର ସରକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡର ଲାଗିବା ଆରମ୍ଭ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ମୋଦିଙ୍କ ଉପରେ ଅଧିକ ଇର୍ଷାନ୍ବିତ ହୋଇ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରି ନାହାନ୍ତି । ଏହାସହ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ପାଇଁ ଚାଷୀଙ୍କ ତାଲିକା ମଧ୍ୟ ଦେଇ ନାହାନ୍ତି । ମହିଳାଙ୍କ ପାଇଁ ଶୌଚାଳୟ ନିର୍ମାଣ କାର୍ଯ୍ୟକ୍ରମରେ ସହଯୋଗ କରି ନାହାନ୍ତି । ରାଜ୍ୟରେ ପିସି କାରବାର, ଦୁର୍ନୀତି ବନ୍ଦ ହେଉନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.