ETV Bharat / city

‘ସୁଧୁରୁଛି ଅର୍ଥନୀତି, ସୃଦୃଢ ହେଉଛି ଦେଶ’

author img

By

Published : Nov 7, 2021, 5:34 PM IST

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ । ବଖାଣିଲେ ମୋଦି ସରକାରର ସଫଳତା । କହିଲେ ସବୁ ସ୍ତରରେ ବଦଳିଛି ଦେଶର ଚିତ୍ର । ଅଧିକ ପଢନ୍ତୁ...

‘ସୁଧୁରୁଛି ଅର୍ଥନୀତି, ସୃଦୃଢ ହେଉଛି ଦେଶ’
‘ସୁଧୁରୁଛି ଅର୍ଥନୀତି, ସୃଦୃଢ ହେଉଛି ଦେଶ’

ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ମାସ୍କ, ପିପିଇ କିଟ, ମେଡ଼ିସିନ, ଅକ୍ସିଜେନ ଭଳି ସାମଗ୍ରୀ କୋଭିଡ ସମୟରେ ଯୋଗାଇ ଦିଆଯାଇଛି । ସରକାର ଅକ୍ସିଜେନ ସଙ୍କଟର କିପରି ପରିଚାଳନା କରିଛନ୍ତି ତାହା ସାରା ଦେଶ ଦେଖିଛି । ସେହିପରି ଲଗାତାର ଭବେ ଟୀକାକରଣ ନେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ତରରେ ଆଲୋଚନା କରିଛନ୍ତି। ୯ ମାସ ମଧ୍ୟରେ ୧୦୦ କୋଟି ଟିକା ଦିଆଯାଇଛି । ଯାହା ଭାରତର ବଡ ଉପଲବ୍ଧି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବର୍ତ୍ତମାନ ଦେଶର ଅର୍ଥନୀତି ଧୀରେ ଧୀରେ ସୁସ୍ଥ ହେଉଛି। ଜାମ୍ମୁରେ ୩୭୦ ଉଚ୍ଛେଦ ପରେ ବିକାଶ କାର୍ଯ୍ୟ ସହଜ ହୋଇଛି। ଜାମ୍ମୁରେ ଆଇଆଇଟି, ଏମ୍ସ, ଆଇଆଇଏମ ଖୋଲିଛି। ଧୀରେ ଧୀରେ ଦେଶରେ ଭାଇଚାରା ଦୃଢ଼ ହୋଇଛି। ସେହିପରି ଦେଶରେ ସିଏଏ ଲାଗୁ ହେବାପରେ ଲୋକଙ୍କୁ ଲୋକଙ୍କ ନାଗରିକତ୍ଵ ଚାଲିଯିବା ନେଇ ଭ୍ରମ ସୃଷ୍ଟି କରାଯାଉଥିବାବେଳେ ତାହା ଭୁଲ ପ୍ରମାଣିତ ହୋଇଛି । ବିଜେପି ସରକାର ସଂଖ୍ୟ ଲଘୁଙ୍କୁ ସୁରକ୍ଷା ଦେଇଛି । ପୂର୍ବରୁ କୃଷି ବଜେଟ ୨୩ ହଜାର କୋଟି ଥିଲାବେଳେ ଆଜି ଏକ ଲକ୍ଷ କୋଟିରେ ପହଞ୍ଚିଛି । ପିଏମ କିଷାନରେ ଚାଷୀଙ୍କ ଖାତାକୁ ଅର୍ଥ ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ପଦାଧିକାରୀ ଡିଜିଟାଲରେ ହସ୍ତାକ୍ଷର କରିଛନ୍ତି। ଲାଲକୃଷ୍ଣ ଆଡ଼ଭାନୀଙ୍କ ଭଳି ବରିଷ୍ଠ ବିଜେପି ନେତା ମଧ୍ୟ କାର୍ଯ୍ୟକ୍ରମରେ ଡିଜିଟାଲରେ ଯୋଡି ହୋଇଛନ୍ତି। ତେଲେଙ୍ଗାନା, ଆନ୍ଧ୍ର, ଓଡିଶା, କେରଳ, ତାଲିମନାଡୁ ଭଳି ରାଜ୍ୟରେ ବିଜେପି ମଜଭୁତ ହେବା ନେଇ ଚର୍ଚ୍ଚା ହୋଇଛି । ଓଡିଶାରୁ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗ ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.