ETV Bharat / city

ତଦନ୍ତରେ ଉତ୍କର୍ଷତା ପଦକ ପାଇବେ ରାଜ୍ୟର 4 ପୋଲିସ ଅଧିକାରୀ, ଧର୍ମେନ୍ଦ୍ର ଜଣାଇଲେ ଶୁଭେଚ୍ଛା

author img

By

Published : Aug 12, 2020, 7:00 PM IST

Updated : Aug 12, 2020, 11:45 PM IST

‘ତଦନ୍ତରେ ଉତ୍କର୍ଷତା ପଦକ 2020’ରେ ପଦକ ପାଇବାକୁ ଯାଉଥିବା ରାଜ୍ୟର 4 ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଡିଜିପି ଜଣାଇଲେ ଶୁଭେଚ୍ଛା
ତଦନ୍ତରେ ଉତ୍କର୍ଷତା ପଦକ ପାଇବେ ରାଜ୍ୟର 4 ପୋଲିସ ଅଧିକାରୀ, ଧର୍ମେନ୍ଦ୍ର ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର: ତଦନ୍ତରେ ଉତ୍କର୍ଷତା ନେଇ 2020 ବର୍ଷ ନିମନ୍ତେ କେନ୍ଦ୍ର ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ଦେଶର 121 ଜଣ ପୋଲିସ ଅଧିକାରୀଙ୍କ ମଧ୍ୟରୁ ଓଡିଶାର 4 ପୋଲିସ ସାମିଲ ଅଛନ୍ତି । ଏହି ପୋଲିସ ଅଧିକାରୀମାନେ ହେଲେ ସୁଷମା ତିର୍କୀ, ଯୁଗଳ କିଶୋର ଦାସ, ସନ୍ତୋଷୀ ବାରିକ ଓ ବାବା ଶଙ୍କର ସରାଫ । ତେବେ ଏମାନଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡିଜିପି ଜଣାଇଲେ ଶୁଭେଚ୍ଛା
ଡିଜିପି ଜଣାଇଲେ ଶୁଭେଚ୍ଛା

ଧର୍ମେନ୍ଦ୍ର ଟ୍ବିଟ କରି ଲେଖିଛନ୍ତି, ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ସମ୍ମନ ଗ୍ରହଣ କରିବାକୁ ଯାଉଥିବା ରାଜ୍ୟ ପୋଲିସର ସୁଷମା ତିର୍କୀ, ଯୁଗଳ କିଶୋର ଦାସ, ସନ୍ତୋଷୀ ବାରିକ ଓ ବାବା ଶଙ୍କର ସରାଫଙ୍କୁ ଶୁଭେଚ୍ଛା । ଏମାନେ ଓଡିଶାକୁ ଗର୍ବିତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର ଆହୁମଧ୍ୟ କହିଛନ୍ତି ଯେ ଜଘନ୍ୟ ଅପରାଧରେ ଜଡିତ ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୃଢ ତଦନ୍ତ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ | କେନ୍ଦ୍ର ଗୃହମନ୍ତ୍ରୀଙ୍କ ‘ତଦନ୍ତରେ ଉତ୍କର୍ଷତା ପଦକ 2020’ରେ ସମ୍ମାନିତ ହେବାକୁ ଯାଉଥିବା ସମସ୍ତ ପୋଲିସ ଅଧିକାରୀ ପ୍ରଶଂସାର ପାତ୍ର | ଏହି କର୍ମଚାରୀଙ୍କ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତତା ବେଶ ପ୍ରଶଂସନୀୟ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସେହିପରି ରାଜ୍ୟ ପୋଲିସ ଡିଜି ଅଭୟ ମଧ୍ୟ ଏହି ପୋଲିସ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଡିଜିପି ଟ୍ବିଟ କରି ଜଣାଇଛନ୍ତି ଯେ କେନ୍ଦ୍ର ସମ୍ମାନରେ ସମ୍ମାନିତ ହେବାକୁ ଯାଉଥିବା ପୋଲିସ ଅଧିକାରୀମାନଙ୍କୁ ଫୋନ କରି ସେମାନଙ୍କୁ ଏନେଇ ଶୁଭେଚ୍ଛା ବାର୍ତ୍ତା ଜଣାଇଛି ।

Last Updated : Aug 12, 2020, 11:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.