ETV Bharat / city

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ - bisheswar tudu

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ମାରାଥନ ବୈଠକ । ଓଡ଼ିଶାରେ ୨ଟି ପ୍ରୋଜେକ୍ଟ କାନପୁର, ସୁଵର୍ଣ୍ଣରେଖା ପ୍ରକଳ୍ପକୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

union minister bisheswar tudu review meeting on running project
କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ
author img

By

Published : Sep 15, 2021, 9:10 PM IST

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ମାରାଥନ ବୈଠକ। କେନ୍ଦ୍ରୀୟ ଜଳଶକ୍ତି ଓ ଆଦିବାସୀ ବ୍ୟାପାର ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ।

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଓଡ଼ିଶାରେ ୨ଟି ପ୍ରୋଜେକ୍ଟ କାନପୁର, ସୁଵର୍ଣ୍ଣରେଖା ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଉପରିସ୍ଥ ଅଧିକାରୀଙ୍କ ସହ ଆଜି ଆଲୋଚନା କରାଯାଇଛି। କୌଣସି ଅସୁବିଧା ନାହିଁ। ଝାଡ଼ଖଣ୍ଡ ସରକାରଙ୍କ ଟିକେ ଅସୁବିଧା ରହିଛି, ତେଣୁ ଏହି ପ୍ରୋଜେକ୍ଟ ଆଗେଇ ପାରୁନାହିଁ। ଝାଡ଼ଖଣ୍ଡ ସରକାର ଚାନ୍ଦଲୀ ଡ୍ୟାମରେ କିଛି କାମ ବାକି ରଖିଛନ୍ତି । ସେହି କାରଣରୁ ପ୍ରକଳ୍ପ ଆଗେଇ ପାରୁନାହିଁ। କାନପୁରରେ କିଛି ଥଇଥାନ ଓ ଲୋକଙ୍କୁ ପୁନସ୍ଥାପନ କରିବାର ବ୍ୟବସ୍ଥା ଥିଲା । ଯାହା ଖୁବ ଶୀଘ୍ର ସରିବ। ପ୍ରାୟ ୨୦୨୨ ଶେଷ ସୁଦ୍ଧା ସରିଯିବ।

ସେହିପରି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ଦାୟିତ୍ବ ନେଇଥିବା ଯୋଗୁଁ ରାଜ୍ୟର କିଛି ଉନ୍ନତି କରାଯିବା ଆଶା ରହିଛି । ଆଦିବାସୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବ । ରିସର୍ଚ୍ଚ ଆଣ୍ଡ ଟ୍ରେନିଂ କେନ୍ଦ୍ର ଆଦିବାସୀଙ୍କ ପାଇଁ କରାଯାଉ। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଆଦିବାସୀ ଭାଇ ଭଉଣୀମାନେ ଅବହେଳିତ ଅସାମାଜିକ ଅବସ୍ଥାରେ ଅଛନ୍ତି। ଗୋଟେ ସର୍ଭେ କରାଯାଉ। ଏହାକୁ ନେଇ ଆଗାମୀ ଦିନରେ ବ୍ଲକ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ କରାଯିବ। ଆଦିବାସୀଙ୍କ ଅର୍ଥନୈତିକ ଅବସ୍ଥା ସୁଦୃଢ଼ କରାଯିବର ଆଵଶ୍ୟକତା ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.