ETV Bharat / city

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ, କେନ୍ଦ୍ରୀୟ ଯୋଜନାର ଦେଲେ ହିସାବ - Union Minister Athavale in Bhubaneswar

ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ । ଅଧିକ ପଢନ୍ତୁ...

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ, କେନ୍ଦ୍ର ଯୋଜନାର ଦେଲେ ହିସାବ

author img

By

Published : Apr 12, 2021, 7:42 PM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବଲେ । ଏହି କ୍ରମରେ ସେ ଆଜି ଭୁବନେଶ୍ବରୁରେ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଯୋଜନା ଓ ତାର ହିତାଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କେତେ ଅନୁଦାନ ରାଶି ମିଳିଛି ତାହାର ହିସାବ ଦେଇଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଅଠାଓ୍ବଲେ, କେନ୍ଦ୍ର ଯୋଜନାର ଦେଲେ ହିସାବ

ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୭୩ ଲକ୍ଷ ୧୭ ହଜାର ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିବା ବେଳେ ୨୦୧୪-୨୧ ମଧ୍ୟରେ ୬୬୪୧.୫୧ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ରାଜ୍ୟରେ ୧ କୋଟି ୯୬ ଲକ୍ଷ ୫୩ ହଜାର ହିତାଧିକାରୀ ଉପଲବ୍ଧ ହୋଇଛନ୍ତି । ଏଥିପାଇଁ ୨୦୧୫-୨୧ ମଧ୍ୟରେ ୬୭.୯୮୪ କୋଟି ଟଙ୍କା ଲୋନ ଆକାରରେ ଦିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାର ସହରାଞ୍ଚଳରେ ୯୪ ହଜାର ପକ୍କାଘର ତିଆରି ହୋଇସାଇଛି । ଏଥିପାଇଁ ୧୫୩୨ କୋଟି ଟଙ୍କାର ଅନୁଦାନ ଦେଇଛି କେନ୍ଦ୍ର । ଏହାସହ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୯ ଲକ୍ଷ ୬୨ହଜାର ପକ୍କାଘର ତିଆରି ହୋଇଛି ଏଥିପାଇଁ ୧୨୫୬୫୯୩.୭୧୨ ଲକ୍ଷ ଟଙ୍କା ଦିଆଯାଇଛି ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଵଳା ଯୋଜନାରେ ରାଜ୍ୟରେ ପାଖାପାଖି ୪୭ ଲକ୍ଷ ୩୭ ହଜାର ଗ୍ୟାସ ସଂଯୋଗୀକରଣ କରାଯାଇଛି । ଏହାସହ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର ଲାଗୁ କରିବା ପାଇଁ ଅପିଲ କରିଛନ୍ତି ଅଠାଓ୍ଵେଲେ । ଆୟୁଷ୍ମାନ ଭାରତ ଯୋଜନାରେ ଦେଶରେ ଅନେକ ରାଜ୍ୟ ଉପକୃତ ହେଉଛନ୍ତି । ତେଣୁ ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ହେବା ପାଇଁ ନିବେଦନ କଲେ । ଆର୍ଥିକ ଅନଗ୍ରସର ଲୋକଙ୍କୁ ସାମାଜିକ ସୁରକ୍ଷା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.