ETV Bharat / city

ସମସ୍ତ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ - Union Finance Minister will hold talks with all the chief ministers

ଆସନ୍ତା ସୋମବାର ଦିନ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳମାନଙ୍କ ସହ ଭର୍ଚୁଆଲ ଯୋଗେ ଆଲୋଚନା କରିବେ । ଅଧିକ ପଢନ୍ତୁ ...

Union Finance Minister
Union Finance Minister
author img

By

Published : Nov 12, 2021, 10:21 PM IST

ଭୁବନେଶ୍ବର: ଆସନ୍ତା ସୋମବାର ଦିନ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳମାନଙ୍କ ସହ ଭର୍ଚୁଆଲ ଯୋଗେ ଆଲୋଚନା କରିବେ । ଭାରତ ସରକାରଙ୍କ ସଚିବ, ବିଭାଗୀୟ ମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଅର୍ଥ ସଚିବ ମଧ୍ୟ ଏଥିରେ ଯୋଗଦେବେ । ଓଡିଶା ସରକାରଙ୍କ ପକ୍ଷରୁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

କୋଭିଡ-୧୯ ଯୋଗୁଁ ଅଭିବୃଦ୍ଧି ହ୍ରାସ ପାଇଥିଲା । ମାତ୍ର ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପରେ ଅର୍ଥନୀତି ପୁଣି ତାର ଗତି ଧରିବା ସହ ଏହାର ଉନ୍ନତି ଘଟିଛି । ଏକାଧିକ ଆର୍ଥିକ ସୂଚୀ ବୈଶିକ ମହାମାରୀ ପୂର୍ବାବସ୍ଥାକୁ ସୂଚାଉଛି । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ) ଓ ବିଶ୍ବ ବ୍ୟାଙ୍କର ଆକଳନ ଅନୁସାରେ ଜିଡିପି ଅଭିବୃଦ୍ଧି ଶତକଡା ୯.୫ ଓ ୮.୩ ପ୍ରତିଶତ ଏକ ଦୃତ ଅଭିବୃଦ୍ଧିମୁଖୀ ଅର୍ଥନୀତି ବିବେଚନା କରୁଛି । ନିବେଶକ ଚିନ୍ତାଧାରା ଠିକ ଥିବାବେଳେ ଗତି ଧରିଥିବା ଆର୍ଥିକ ଧାରାକୁ ଆଗେଇ ନେବାର ଆବଶ୍ୟକତା ରହିଛି । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ମଧ୍ୟରେ ୬୪ ବିଲିୟନ ଡଲାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇଛି । ୨୦୨୧-୨୨ କେନ୍ଦ୍ରୀୟ ବଜେଟରେ ମଧ୍ୟ ବିଦେଶୀ ପୁଞ୍ଜି ଆଗମନ ପାଇଁ ଅନେକ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

ଅର୍ଥମନ୍ତ୍ରୀ ଦେଶର ଏକ ମିଳିତ ଅଭିବୃଦ୍ଧି ଲକ୍ଷ୍ୟ ନେଇ ପୁଞ୍ଜିନିବେଶ ବାତାବରଣ ସଂକ୍ରାନ୍ତରେ ଏକ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାହୁଁଛନ୍ତି । ଏହି ପ୍ରସ୍ତାବିତ ମତ ବିନିମୟ ଯୋଗୁଁ ଏକ ନୀତି ନିର୍ଦ୍ଧାରଣର ମଧ୍ୟ ଅବକାଶ ଜୁଟିବ । ଯାହା ଦ୍ବାରା ଏକ ପୁଞ୍ଜିନିବେଶ ଭିତ୍ତିକ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ । ବ୍ୟାବସାୟିକ ସୁବିଧା ସୁଯୋଗ, ସଂସ୍କାର, ନିବେଶକ ମନୋବୃତ୍ତି ସହରାଞ୍ଚଳ ସ୍ଥାନୀୟ ପରିଷଦ କ୍ଷେତ୍ର ପର୍ଯ୍ୟନ୍ତ ଅନୁମୋଦନ ଓ ଅନୁମତି ପ୍ରଦାନ ଦ୍ବାରା ଏହା କରିହେବ । ରାଜ୍ୟମାନେ ପୁ‌ଞ୍ଜିନିବେଶ ବାତାବରଣ ଅନୁକୂଳ ବ୍ୟବସ୍ଥାରେ ସୁଧାର ପାଇଁ ସେମାନଙ୍କ ମତାମତ ଦେବେ । ଏହାକୁ ଉପଯୋଗ କରି ଦେଶକୁ ଏକ ଦ୍ରୁତ ଅଭିବୃଦ୍ଧିମୂଳକ ଅର୍ଥବ୍ୟବସ୍ଥା ଆଡକୁ ନେଇ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

Economy
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.