ETV Bharat / city

IIT ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଓଡ଼ିଆ ଭାଷାକୁ ଯୋଡ଼ିବା ନେଇ ଗୁରୁତ୍ବ

author img

By

Published : Aug 20, 2021, 5:02 PM IST

ଆଜି(ଶୁକ୍ରବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ IIT ଭୁବନେଶ୍ବରରେ ନୂତନ ହଷ୍ଟେଲ ଓ ଲେକ୍ଚର ହଲ କମ୍ପ୍ଲେକ୍ସ ଉଦଘାଟନ କରିଛନ୍ତି । ଏହା ସହିତ ଓଡ଼ିଆ ଭାଷାକୁ ଏହି ଶିକ୍ଷାନୁ୍ଷ୍ଠାନରେ ଯୋଡ଼ିବା ପାଇଁ କର୍ତ୍ତୃପକ୍ଷଙ୍କୁ ସେ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ...

IIT ଭୁବନେଶ୍ବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଓଡ଼ିଆ ଭାଷାକୁ ଯୋଡ଼ିବା ଉପରେ ଗୁରୁତ୍ବ

ଖୋର୍ଦ୍ଧା: ଭୁବନେଶ୍ବର IITରେ ଉଦଘାଟିତ ହେଲା ନୂତନ ହଷ୍ଟେଲ ଓ ଲେକ୍ଚର ହଲ କମ୍ପ୍ଲେକ୍ସ ଋଷିକୂଲ୍ୟ ଓ ସପ୍ତଗିରି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହାର ଲୋକାର୍ପଣ କରିଛନ୍ତି । ଏହାସହିତ ଆଇଆଇଟି ଶିକ୍ଷାନୁଷ୍ଠାନ ସହିତ ଓଡ଼ିଆ ଭାଷାକୁ ଯୋଡ଼ିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ।

ଷ୍ଟୁଡେଣ୍ଡ ହଷ୍ଟେଲରେ 8 ଶହ ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଲେକ୍ଚର ସେଣ୍ଟର ଯାହାକି ସମସ୍ତଙ୍କ ପାଇଁ ଉପଯୋଗୀ ହେବ । ସେହିପରି ଦକ୍ଷତା ବିକାଶ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଓଡ଼ିଆ ଭାଷାରେ କିପରି ଭୁବନେଶ୍ବର ଆଇଆଇଟିରେ ଛାତ୍ରଛାତ୍ରୀ ପଢିବେ ତା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ । ଏଥିସହ ଏକବିଂଶ ଶତାବ୍ଦୀର ଏହା ଏକ ନୂତନ ମନ୍ଦିର ବୋଲି ସେ କହିଛନ୍ତି ।

ସେହିପରି ଐତିହାସିକ ବରୁଣେଇ ପାଦଦେଶରେ ଏବଂ ଚିଲିକା କୂଳରେ ଭୁବନେଶ୍ୱର ଆଇଆଇଟି ଅବସ୍ଥିତ । ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଆଇଆଇଟି ନିର୍ଦେଶକ ଆର ଭି ରାଜକୁମାର ଏବଂ ଦକ୍ଷତା ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ରଞ୍ଜନ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.