ETV Bharat / city

ଶିକ୍ଷାମନ୍ତ୍ରୀଙ୍କ ସରିଲା ଇଣ୍ଡୋନେସିଆ ଗସ୍ତ, ପାଠ୍ୟକ୍ରମ ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ - Union Education Minister calls for strengthening

ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା କରାଯାଇଥିଲା । ଅଧିକ ପଢନ୍ତୁ

ସରିଲା ଇଣ୍ଡୋନେସିଆ ଗସ୍ତ, ପାଠ୍ୟକ୍ରମ ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଗୁରୁତ୍ୱାରୋପ

author img

By

Published : Sep 3, 2022, 10:25 AM IST

ଭୁବନେଶ୍ବର: ୪ ଦିନିଆ ଇଣ୍ଡୋନେସିଆ ଗସ୍ତ ସାରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ତେବେ ଏହି ଗସ୍ତରେ ଶିକ୍ଷା, ଦକ୍ଷତା ବିକାଶ ସହ ଇଣ୍ଡୋନେସିଆର ରଣନୈତିକ ଭାଗିଦାରୀକୁ ସୁଦୃଢ କରିବା ନେଇ ଆଲୋଚନା କରାଯାଇଥିଲା । ଶିକ୍ଷା, ଦକ୍ଷତା ବିକାଶ, ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି, ଛାତ୍ରଛାତ୍ରୀ ବିନିମୟ ଏବଂ ଗବେଷଣା ଭଳି କ୍ଷେତ୍ରରେ ସହଯୋଗକୁ ଅଧିକ ବୃଦ୍ଧି କରିବା ଏହି ଗସ୍ତର ଉଦ୍ଦେଶ୍ୟ ରହିଥିଲା । ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ନାଦିମ୍ ଅନୁଓ୍ୱର ମକାରିନଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ, ଭାଗିଦାରୀତାକୁ ବିକଶିତ କରିବା ସହ ରଣନୈତିକ ସମ୍ପର୍କକୁ ଆହୁରି ଆଗକୁ ନେବା ପାଇଁ ଆଲୋଚନା କରାଯାଇଥିଲା ।

କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ଇଣ୍ଡୋନେସିଆର ଶିକ୍ଷା ମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆର ଶୈଶବାବସ୍ଥା ଶିକ୍ଷା ଓ ଯୁବ ମନ୍ତ୍ରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଥିଲେ । ଏହି ଉଭୟ ଦେଶର ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ଭାଗିଦାରୀତାକୁ ଅଧିକ ମଜଭୁତ୍ କରିବା ଦିଗରେ ଆଲୋଚନା ହୋଇଥିଲା । ଉଭୟ ରାଷ୍ଟ୍ର ସହ ବିଶେଷ ଭାବରେ ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ଶୈଶବାବସ୍ଥା ଶିକ୍ଷା ଉପରେ ଧମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଉଚ୍ଚ ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ସହ ଅଷ୍ଟ୍ରେଲିଆର ଉତ୍ତମ ବୁଝାମଣା ରହିଛି । ପ୍ରାରମ୍ଭିକ ଶୈଶବାବସ୍ଥା ଓ ସ୍କୁଲ ଶିକ୍ଷାରେ ଉଭୟ ଦେଶ ପରସ୍ପର ସହଯୋଗୀ ହେଲେ ଭାରତ ଅଷ୍ଟ୍ରେଲିଆରେ ଥିବା ଛୋଟ ପିଲାମାନଙ୍କୁ ବିଭିନ୍ନ ପଦ୍ଧତିରେ ଶିକ୍ଷା ପ୍ରଦାନ କରିବାର ଏକ ମୂଳଦୁଆ ପଡ଼ିପାରିବ । ଅଷ୍ଟ୍ରେଲିଆର ଶିଶୁ ଶିକ୍ଷା ଓ ଯୁବ ମନ୍ତ୍ରୀ ଡା. ଆନି ଏଲିଙ୍କ ସହ ପ୍ରାରମ୍ଭିକ ଶୈଶବ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ୍ କରିବା ଦିଗରେ ଆଲୋଚନା ହୋଇଛି । ଶିଶୁର ବିକାଶରେ ବାଲ୍ୟାବସ୍ଥା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏ ଦୃଷ୍ଟିରୁ ଶିଶୁଙ୍କ ବାଲ୍ୟବସ୍ଥା ଶିକ୍ଷାକୁ ଉନ୍ନତମାନର କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଲି ଠାରେ ୟୁନେସ୍କୋର ଏଡ଼ିଜି ଷ୍ଟେଫିନିଆ ଗ୍ୟାନିନୀଙ୍କ ସହ ଶିକ୍ଷା ୨୦୩୦ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଭାଷା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହ ଆଗାମୀ ଦିନରେ ଭାରତ ଅଧ୍ୟକ୍ଷତାରେ ଅୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ସମର୍ଥନ କରିବା ଉପରେ ବିଚାରବିମର୍ଶ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.