ETV Bharat / city

ଓବିସି ଓ ଏସଇବିସିଙ୍କୁ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

author img

By

Published : Dec 31, 2020, 5:09 PM IST

ରାଜ୍ୟ ମୋଟ ଜନସଂଖ୍ୟାର ବୃହତ ଅଂଶ ଓବିସି ଓ ଏସଇବିସିଙ୍କୁ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଢନ୍ତୁ ଅଧିକ.....

ଓବିସି ଓ ଏସିବିସିଙ୍କୁ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବର: ରାଜ୍ୟ ମୋଟ ଜନସଂଖ୍ୟାର ବୃହତ ଅଂଶ ଓବିସି ଓ ଏସଇବିସିଙ୍କୁ ସଂରକ୍ଷଣ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଉଭୟ ବର୍ଗକୁ ସଂରକ୍ଷଣ ସୁବିଧା ଯୋଗାଇ ଦେବା ଚିଠିରେ ନିବେଦନ କରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟ ସରକାର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୁବିଧା ନେଇ କ୍ୟାବିନେଟରେ ସଂକଳ୍ପପତ୍ର ପାରିତ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟ ଜନସଂଖ୍ୟାର ଏକ ବୃହତ ଭାଗ ଓବିସି ଓ ଏସଇବିସି ହୋଇଥିବାବେଳେ ଏମାନେ ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ପଡୁଛନ୍ତି । ତେଣୁ ସେମାନଙ୍କୁ ମଧ୍ୟ ସଂରକ୍ଷଣ ସୁବିଧା ଯୋଗାଇବା ନିହାତି ଦରକାର । କେନ୍ଦ୍ର ସରକାର ପଛୁଆ ବର୍ଗଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ 27 ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଥିବାବେଳେ ତାମିଲନାଡୁ ,ମହାରାଷ୍ଟ୍ର ,କର୍ଣ୍ଣାଟକ ସରକାର ମଧ୍ୟ ଏହି ସଂରକ୍ଷଣ ସୁବିଧା ଯୋଗାଇ ଆସୁଛନ୍ତି । ସମାନ ଭାବେ ଓଡିଶାର ବୃହତ ଅବହେଳିତ ସମାଜ ଓବିସି ଓ ଏସଇବିସି ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ସୁବିଧା ସେମାନଙ୍କୁ ଅଗ୍ରାଧିକାର ଭିତ୍ତିର ଯୋଗାଇବା ପାଇଁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପୂର୍ବରୁ ମଧ୍ୟ 2 ଧର ସମାନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିସାରିଛନ୍ତି ଧର୍ମେନ୍ଦ୍ର । ଚଳିତ ବର୍ଷ ଜାନୁୟାରୀ 15 ତାରିଖରେ ଓ ପରବର୍ତ୍ତୀ ସମୟରେ ଜୁଲାଇ 25 ତାରିଖରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଉଭୟ ପତ୍ରକୁ ସଲଗ୍ନ କରି ଧର୍ମେନ୍ଦ୍ର କହିଛନ୍ତି ଯେ ବାରମ୍ବାର ତାଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ଓବିସି କମିଶନ ଗଠନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.