ETV Bharat / city

ରାଜ୍ୟରେ ନାହିଁ ନିଯୁକ୍ତି ସମସ୍ୟା ! ବିଜେଡି ସାଂସଦଙ୍କ ତଥ୍ୟ ନା ବାହାସ୍ଫୋଟ

author img

By

Published : Apr 4, 2022, 9:24 PM IST

ରାଜ୍ୟରେ ନାହିଁ ନିଯୁକ୍ତି ସମସ୍ୟା । ଆତ୍ମନିର୍ଭରଶୀଳ ହେବାରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ତେଣୁ ରାଜ୍ୟରେ ବେକାରୀ ସମସ୍ୟା ନିୟନ୍ତ୍ରଣରେ ଅଛି । ଏହା କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଅଧିକ ପଢନ୍ତୁ

ଓଡିଶାରେ ନାହିଁ ନିଯୁକ୍ତି ସମସ୍ୟା ! ବିଜେଡି ସାଂସଦଙ୍କ ତଥ୍ୟ ନା ବାହାସ୍ପଟ

ଭୁବନେଶ୍ବର: ରାଜ୍ୟରେ ନାହିଁ ନିଯୁକ୍ତି ସମସ୍ୟା । ଆତ୍ମନିର୍ଭରଶୀଳ ହେବାରେ ଲାଗିଛନ୍ତି ଛାତ୍ରଛାତ୍ରୀ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି । ତେଣୁ ରାଜ୍ୟରେ ବେକାରୀ ସମସ୍ୟା ନିୟନ୍ତ୍ରଣରେ ଅଛି । ଏହା କହିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଏହା ସାଂସଦଙ୍କ ତଥ୍ୟ ଭିତ୍ତିକ ପ୍ରତିକ୍ରିୟା ନୁହେଁ ବରଂ ବାହାସ୍ଫୋଟ ବୋଲି ବିରୋଧୀ କହିଛନ୍ତି ।

ସାଂସଦ କହିଛନ୍ତି ଯେ, ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ହେବା ଲାଗି ରାଜ୍ୟ ସରକାର ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଖୋଲିଛନ୍ତି । ଏହା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଟ୍ରେନିଂ ନେଇ ଅନେକ ଛାତ୍ରଛାତ୍ରୀ ଆତ୍ମନିର୍ଭରଶୀଳ ମଧ୍ୟ ହୋଇଛନ୍ତି । ନିଯୁକ୍ତି ନେଇ ରାଜ୍ୟରେ ବିଶେଷ ସମସ୍ୟା ନାହିଁ । ସବୁ ସମସ୍ୟା କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଛି ।

ନିର୍ବାଚନ ବେଳେ ମୋଦୀ ସରକାର ବଡ ବଡ କଥା କହିଲେ । ବହୁତ କିଛି କରିବୁ କହିଲେ । ସେସବୁ କେବଳ କଥା ରହିଗଲା । କେନ୍ଦ୍ର କିଛି କରିନାହିଁ । ଓଡିଶାରେ ବେକାରୀ ସମସ୍ୟା ଅନେକ ମାତ୍ରାରେ କମିଗଲାଣି । ବିଭିନ୍ନ କ୍ଷେତ୍ରରେ ବହୁ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । କେବଳ ସରକାରୀ କ୍ଷେତ୍ରରେ ନୁହେଁ, ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଦିଆଯାଇଛି । ସେଥିପାଇଁ ଓଡିଶାରେ ବେକାରୀ ସମସ୍ୟା ନିୟନ୍ତ୍ରଣରେ ଅଛି । ଭାରତବର୍ଷରେ ନିୟନ୍ତ୍ରଣରେ ନାହିଁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.