ETV Bharat / city

ଜେଲରେ ବିଚାରଧୀନ କଏଦୀ ମୃତ, ହତ୍ୟା ଅଭିଯୋଗ ଆଣିଲା ପରିବାର - ଝାରପଡା ଜେଲ

ଝାରପଡା ଜେଲରେ ଜଣେ ବିଚରାଧୀନ କଏଦୀ ମୃତ୍ୟୁ ଘଟଣାରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ମୃତ କଏଦୀ ଢେଙ୍କାନାଳ ବୈଂସିୟ ଗ୍ରାମର ଅଖିଳ ବେହେରା । ଗାଡି ବ୍ୟାଟେରି ଚୋରି ମାମଲାରେ ସହିଦନଗର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Aug 1, 2019, 7:18 PM IST

Updated : Aug 1, 2019, 8:02 PM IST

ଭୁବନେଶ୍ବର: ଝାରପଡା ଜେଲରେ ଜଣେ ବିଚରାଧୀନ କଏଦୀ ଙ୍କ ମୃତ୍ୟୁ ଘଟିଛି । ଉକ୍ତ ଘଟଣାରେ କଏଦୀଙ୍କ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ମୃତ କଏଦୀ ଢେଙ୍କାନାଳ କଡ଼ିଆ ଥାନା ଅଧୀନରେ ବୈଂସିୟ ଗ୍ରାମର ଅଖିଳ ବେହେରା । 3 ଦିନ ପୂର୍ବରୁ ତାଙ୍କ ପରିବାର ବର୍ଗ ତାଙ୍କୁ ଜେଲରେ ଦେଖିବା ପାଇଁ ଯାଇଥିଲେ । ସେ ସମୟରେ ସୁସ୍ଥ ଥିଲେ । ହେଲେ ବୁଧବାର ରାତିରେ ହଠାତ୍ ଅଖିଳଙ୍କ ମୃତ୍ୟୁକୁ ନେଇ ଏହା ଏକ ହତ୍ୟା ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁଯାୟୀ, ଅଖିଳ ଜ୍ୟୋତି ମୋଟର୍ସରେ ସୁଇପର ଭାବେ କାମ କରୁଥିଲା । ଦୀର୍ଘ 8 ମାସ ଧରି ଭୁବନେଶ୍ବରର ସହିଦନଗର ଥାନା ଅଧୀନରେ ଥିବା ହନୁମାନ ବସ୍ତିରେ ଏକ ଭଡା ଘରେ ରହୁଥିଲା । ଗତ 13 ତାରିଖରେ ଗାଡି ବ୍ୟାଟେରି ଚୋରି ମାମଲାରେ ସହିଦନଗର ଥାନା ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବୁଧବାର ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କ୍ୟାପିଟାଲ ହସପିଟାଲକୁ ଭୁବନେଶ୍ବରର ଏସ୍ଡ଼ିଏମ ଆସି ମୃତ ଅଖିଳଙ୍କୁ ଦେଖିବା ପରେ ଏକ ଭିଡ଼ିଓ କରାଯାଇଥିଲା । ସେପଟେ ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଅଖିଳଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ସରକାରୀ ନିଯୁକ୍ତ ଦେବା ସହ କ୍ଷତିପୂରଣ ଦେବାକୁ ଦଳିତ ସଂଘ ସଭାପତି ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଝରପଡା ଜେଲରେ ବିଚରାଧୀନ କଏଦୀ ର ମୃତ୍ୟୁ ଘଟଣା , ପରିବାର ଅଭିଯୋଗ ଆଣିଲେ ହତ୍ୟା ।

ଝରପଡା ଜେଲରେ ଜଣେ ବିଚରାଧୀନ କଏଦୀ ର ମୃତୁ ଘଟିଛି। 3 ଦିନ ପୂର୍ବରୁ ଜେଲ କୁ ପରିବାର ଲୋକ ଦେଖିବା ପାଇଁ ଯାଇଥିଲେ । ସେମାନେ ପଚାରି ବୁଝିଥିଲେ ତାଙ୍କ ଦେହ ସୁସ୍ଥ ରହିଥିଲା ବୋଲି କହିଥିଲେ। ହେଲେ ଗତକାଲି ରାତିରେ ମୃତ୍ୟୁ କୁ ନେଇ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକ।

Body:

ଢେଙ୍କାନାଳ କଡ଼ିଆ ଥାନା ଅଧୀନରେ ବୈଂସିୟ ଗ୍ରାମର ଅଖିଳ ବେହେରା। ଛାତିରେ ଯନ୍ତ୍ରଣା ହେବାରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଯାହା ଫଳରେ ସେଠାରେ ମୃତ୍ୟୁ ଘଟିଥିଲା। ଏନେଇ ଲକ୍ଷ୍ମୀସାଗର ଥାନାରେ ଅପମୃତୁ ମାମଲା ରୁଜୁହୋଇଛି।

ସୂଚନା ଅନୁଯାୟୀ, ଅଖିଳ ବେହେରା ଜୋତି ମୋଟରସ ଇ ସୁଇପରଭାବରେ କାମ କରୁଥିଲା। 8 ମାସ ଧରି ଭୁବନେଶ୍ୱରର ସହିଦନାଗାର ଥାନା ଅଧୀନରେ ଥିବା ହନୁମାନ ବସ୍ତି ରେ ଭଡା ନେଇ ରହୁଥିଲା । ଗତ 13 ତାରିଖ ରେ ଗାଡି ବେଟେରି ଚୋରି ମାମଲା ରେ ସହିଦନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଆଖିଲଙ୍କୁ ବିଚରାଧୀନ ହାଜତରେ ରଖାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତି ରେ ତାର ମୃତ୍ୟୁ ଘଟିଥିଲା। ଏନେଇ କ୍ୟାପିଟାଲ ହସପିଟାଲ କୁ ଭୁବନେଶ୍ୱର ର ଏସ୍ଡ଼ିଏମ ଆସି ମୃତ୍ ଅଖିଳଙ୍କ ଶବକୁ ଦେଖିବା ସହ ଭିଡ଼ିଓ କରାଯାଇଥିଲା।
ଏହାକୁ ନେଇ ଦଳିତ ସଂଘର ସଭାପତି କହିଛନ୍ତି ମୃତ ଆଖିଲଙ୍କୁ ପରିବାରକୁ ସରକାରୀ ଚାକିରୀ ଦେବ ସହ କ୍ଷତି ପୁରାଣ ଦିଆଯାଉ।

Byte ଅନିତା ବେହେରା ମୃତକଙ୍କ ସ୍ତ୍ରୀ
Byte ଜୟନ୍ତ କୁମାର ଭୋଇ, ସାମାଜିକ ଜନଜାତିର ସଭାପତି

Conclusion:
Last Updated : Aug 1, 2019, 8:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.