ETV Bharat / city

ନୂଆ ଶିକ୍ଷାନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦେବ ବହୁମୁଖୀ ପାଠ୍ୟକ୍ରମ - ନୂଆ ଶିକ୍ଷା

ନୂଆ ଶିକ୍ଷା ନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦ୍ବାରା ବହୁମୁଖୀ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଉଚ୍ଚଶିକ୍ଷାର ପେଣ୍ଠସ୍ଥଳୀ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ନୂଆ ଶିକ୍ଷା ନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦେବ ବହୁମୁଖୀ ପାଠ୍ୟକ୍ରମ

author img

By

Published : Oct 24, 2021, 9:45 PM IST

Updated : Oct 25, 2021, 7:37 AM IST

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଦାୟିତ୍ବ ନେବା ପରେ ଜମ୍ମୁ-କାଶ୍ମୀର ଯୁବକଙ୍କୁ ଶିକ୍ଷା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତାରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରୟାସରେ ଆଜି ଜମ୍ମୁ-କାଶ୍ମୀର ଶିକ୍ଷା କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ହେବା ଦିଗରେ ଅଗ୍ରସର ବୋଲି ରବିବାର ଜମ୍ମୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଏକ ନୂତନ ସ୍ଥାୟୀ କ୍ୟାମ୍ପସର ଉଦଘାଟନ ଶିଳାନ୍ୟାସ ଓ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ସେହିପରି ନୂଆ ଶିକ୍ଷାନୀତି ଅଧୀନରେ ଅବସ୍ଥାପିତ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦ୍ଵାରା ବହୁମୁଖୀ ପାଠ୍ୟକ୍ରମ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ନୂଆ ଶିକ୍ଷା ନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦେବ ବହୁମୁଖୀ ପାଠ୍ୟକ୍ରମ
ନୂଆ ଶିକ୍ଷା ନୀତିରେ ଜମ୍ମୁରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଦେବ ବହୁମୁଖୀ ପାଠ୍ୟକ୍ରମ

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ସହ ଏହି ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ ଆଇଆଇଟି ଜମ୍ମୁର ନୂତନ କ୍ୟାମ୍ପସ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଜମ୍ମୁ କାଶ୍ମୀରର ବିକାଶ ସହ ଜଡ଼ିତ ୨୧ଟି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉତ୍ତର ଭାରତରେ ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଉଚ୍ଚଶିକ୍ଷାର ପେଣ୍ଠସ୍ଥଳୀ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

ନୂଆ ଶିକ୍ଷା ନୀତି – ୨୦୨୦ (ଏନଇପି) ଅଧୀନରେ ଆଇଆଇଟି, ଆଇଆଇଏମ ଏବଂ ଏମ୍ସ ଜମ୍ମୁ ବହୁମୁଖୀ ଶିକ୍ଷା ଆରମ୍ଭ କରିବାକୁ ଯାଉଛନ୍ତି । ଟନେଲ ଇଞ୍ଜିନିୟରିଂ, ହିମାଳୟ ଓ ପାହାଡ଼ର ବିକାଶ, ପାହାଡରେ ଜୀବନଶୈଳିକୁ ସହଜ କରିବା ଏବଂ ଅନ୍ୟ ପରିବେଶ ସୁରକ୍ଷା ସମ୍ବନ୍ଧିତ ଅନେକ ଏକବିଂଶ ଶତାବ୍ଦୀର ବିଷୟ ଉପରେ ଦେଶରେ ପ୍ରଥମ ଥର ପାଇଁ ଜାମ୍ମୁ ସ୍ଥିତ ଆଇଆଇଟି ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହାସହ ଏନଇପି ଅଧୀନରେ ଜମ୍ମୁ କାଶ୍ମୀର ଛାତ୍ରଛାତ୍ରୀଙ୍କ ପାଇଁ କ୍ରେଡିଟ୍‌ ଟ୍ରାନ୍ସଫର ପାଇଁ ଅନଲାଇନ୍ ପାଠ୍ୟକ୍ରମର ମଧ୍ୟ ବିକାଶ କରାଯାଉଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୃଦ୍ଧ ଜାମ୍ମୁ କାଶ୍ମୀର ଜଳନା ଦିଗରେ ଆଇଆଇଟି ଜାମ୍ମୁରେ ଆଜିର ବିକାଶମୂଳକ କାର୍ଯ୍ୟ ଅନ୍ୟ ଏକ ପଦକ୍ଷେପ । ଆଞ୍ଚଳିକ ଜୈବ ବିବିଧତାର ରକ୍ଷା କରିବା ଏବଂ ଜାମ୍ମୁ କାଶ୍ମୀର ପାଇଁ ଆଶାତୀତ ସମାଧାନକୁ ପ୍ରୋତ୍ସାହନ ଦେବାରେ ଆଇଆଇଟି ଜାମ୍ମୁର ସ୍ଥାୟୀ କ୍ୟାମ୍ପସ ଏକ ମଡ଼େଲ ହେବ । ଆଇଆଇଟି ଜାମ୍ମୁ ଉଚ୍ଚ ଶିକ୍ଷା ଦୃଶ୍ୟପଟ୍ଟକୁ ପରିବର୍ତନ କରିବା ସହ ଭାରତର ମୁକୁଟ କୁହାଯାଉଥିବା ଜାମ୍ମୁ କାଶ୍ମୀରର ବିକାଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ ।

ବୈଶ୍ବିକ ସମସ୍ୟାର ସମାଧାନ ତଥା କରୋନା ମହାମାରୀ ପରେ ଉଭା ହେଉଥିବା ନୂଆ ବିଶ୍ଵ ବ୍ୟବସ୍ଥାରେ ଭାରତର ଭୂମିକା ବଢ଼ାଇବାରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ବିଶେଷ ମହତ୍ଵ ରହିଛି । ଆଇଆଇଟି ଜମ୍ମୁ ଜାତୀୟ ଶିକ୍ଷା ନୀତିରେ ମନୁଷ୍ୟ, ଭବିଷ୍ୟତ ପାଇଁ ଉପଯୁକ୍ତ ତଥା ଆନ୍ତ-ଶାନ୍ତିପୂର୍ଣ୍ଣ ପରିବେଶ ତିଆରି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଆଗାମୀ ଦିନରେ ଜମ୍ମୁ କାଶ୍ମୀର ଶିକ୍ଷାର ସହର ହେବ ବୋଲି ପ୍ରଧାନ କହିଛନ୍ତି ।

ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କରକମାଳରେ ଆଇଆଇଟି ଜାମ୍ମୁ ଏବଂ ସପ୍ତର୍ଶୀ ସ୍ଥାୟୀ କ୍ୟାମ୍ପସର ଫେଜ୍ ୧ଏ ଏବଂ ୧ବି ର ଉଦଘାଟନ ହୋଇଥିବା ବେଳେ ଫେଜ୍ ୧.ସିର ନିର୍ମାଣ କାମ ପାଇଁ ଶିଳାନ୍ୟାସ ହୋଇଯାଇଛି । ଏହି କ୍ୟାମ୍ପସର ଫେଜ୍ ୧ଏ ଏବଂ ୧କି ନିର୍ମାଣ ପାଇଁ ୨୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଫେଜ୍ ୧ସି ପାଇଁ ମୋଟ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଅନୁରୂପ ଭାବରେ ଜାମ୍ମୁ ଠାରେ ଯୁବପିଢିଙ୍କୁ ରୋଜଗାର ପ୍ରଦାନ କରିବା, ମହିଳାଙ୍କୁ ସଶକ୍ତ କରିବା ଏବଂ ସ୍ଥାନୀୟ ଲୋକଙ୍କୁ ଶିକ୍ଷା, କୁଶଳ କରିବା ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ଅନଲାଇନ ପ୍ଲାଟଫର୍ମର ଶୁଭାରମ୍ଭ ମଧ୍ୟ ଶାହଙ୍କ କରକମଳରେ ହୋଇଯାଇଛି ।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ଼ା, ଜିତେନ୍ଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 25, 2021, 7:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.