ETV Bharat / city

ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, ରାଜ୍ୟରେ ବଢିପାରେ ଲକଡାଉନ ଅବଧି

author img

By

Published : May 13, 2021, 9:54 PM IST

ରାଜ୍ୟରେ ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ । ବଢିପାରେ ଲକଡାଉନ ଅବଧି । ଅଧିକ ପଢନ୍ତୁ...

ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ,  ରାଜ୍ୟରେ ବଢିପାରେ ଲକଡାଉନ ଅବଧି
ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ, ରାଜ୍ୟରେ ବଢିପାରେ ଲକଡାଉନ ଅବଧି

ଭୁବନେଶ୍ବର: ରାଜ୍ୟରେ ମେ 31 ପର୍ଯ୍ୟନ୍ତ ଲକଡ଼ାଉନ ଅବଧି ବୃଦ୍ଧି ପାଇପାରେ । ଏ ନେଇ ବିଚାରବିମର୍ଶ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ସାମ୍ପ୍ରତିକ ସ୍ଥିତି ଓ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡ଼ାଉନ ଅବଧି ବୃଦ୍ଧି ହେବା ନେଇ ରାଜ୍ୟ ସରକାର ଚିନ୍ତା କରୁିଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜ୍ୟରେ କୋଭିଡ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସଂକ୍ରମଣରେ ବ୍ରେକ ଲାଗିବା ପରିବର୍ତ୍ତେ ନିୟନ୍ତ୍ରଣ ବାହାରକୁ ଯାଉଛି । ରାଜ୍ୟରେ ପ୍ରତ୍ୟେକ ଦିନ ପ୍ରାୟ 10 ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସରକାରୀ ତଥ୍ୟ କହୁଛି, ଚଳିତ ମେ ମାସ(1 ରୁ 13)ରେ ମୋଟ 1,32,103 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 208 ଜଣଙ୍କର ମୃତ୍ୟୁ ହୋଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମେ 5 ରୁ 19 ପର୍ଯ୍ୟନ୍ତ 15 ଦିନିଆ ଲକଡାଉନ ଘୋଷଣା କରିଥିଲେ ସରକାର । ହେଲେ ଲକଡାଉନ ନିୟମରେ କିଛି କୋହଳ ରଖାଯାଇଥିଲା । ତେଣୁ ଲକଡ଼ାଉନରେ ସଂକ୍ରମଣରେ ବ୍ରେକ ଲାଗିବା ପରିବର୍ତ୍ତେ ଯଥା ପୂର୍ବାଂ ତଥା ପରଂ ଚିତ୍ର ସାମ୍ନାକୁ ଆସୁଛି ।

ଆସନ୍ତୁ ନଜର ପକାଇବା ମେ 5ରୁ 13 ଯାଏଁ ଟେଷ୍ଟିଂ, ସଂକ୍ରମଣ ଓ ମୃତ୍ୟୁ ତାଲିକା ଉପରେ

ତାରିଖ - ଟେଷ୍ଟିଂ - ସଂକ୍ରମଣ - ମୃତ୍ୟୁ

ମେ ୫- 48101 - 9889 - 16

ମେ ୬- 48314 - 10521 -17

ମେ ୭- 50799 - 12238 -19

ମେ ୮- 50864 - 11807 -21

ମେ ୯- 48757 - 10635 -19

ମେ୧୦- 48377 - 10031 -17

ମେ୧୧- 46241 - 9793 - 18

ମେ ୧୨- 49191 -10982 -17

ମେ ୧୩- 51451 - 10649 -19

ସେହିପରି ଗତ ଏପ୍ରିଲ ମାସରେ ସର୍ବମୋଟ 1,13,591 ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ 118 ଜଣଙ୍କ ମୁଣ୍ଡ ନେଇଥିଲା ମହାମାରୀ । ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଏମିତି ବଢିଲାଣି ଯେ କୋଭିଡ ଚାପରେ ଚେପା ହେବାକୁ ଲାଗିଲେଣି ସରକାର । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ 4 ପୋଲିସ ଅଧିକାରୀଙ୍କୁ ନେଇ ହୋଇଥିବା ସାମ୍ବାଦିକ ସମ୍ମିଳନୀରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଲକଡାଉନ ସମୟରେ ମର୍ଣିଂ ଓ୍ବାକ, ଇଭିଂ ଓ୍ବାକ, ଜଗିଙ୍ଗ ଉପରେ ପୁନର୍ବାର କଟକଣା ଲଗାଇଛନ୍ତି ସରକାର ।

ଲକଡାଉନ ଶେଷ ହେବାକୁ ହାତରେ ମାତ୍ର 2 ଦିନ ବାକି ଅଛି । ତେଣୁ ଆସନ୍ତା ଦିନେ କି ଦୁଇ ଦିନ ଭିତରେ ସରକାର ଲକଡାଉନ ବୃଦ୍ଧି ନେଇ ପୁନଃ ଘୋଷଣା କରିପାରନ୍ତି । ଆଉ ଏହି ଲକଡାଉନ ମେ 31 ଯାଏଁ ବଢାଇବା ଲାଗି ସରକାର ଏକପ୍ରକାର ନିଷ୍ପତ୍ତି ନେଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏ ନେଇ ବିଭିନ୍ନ ବିଭାଗ ସହ ପର୍ଯ୍ୟାୟ କ୍ରମେ ଆଲୋଚନା କରୁଛନ୍ତି ସରକାର । ବିଶେଷ କରି ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନରେ କଟକଣାର ରୂପରେଖ ଅଧିକ କଠୋର ହେବ ବୋଲି ମଧ୍ୟ ଅନୁମାନ କରାଯାଉଛି । କୋଭିଡ କଟକଣା ସ୍ବତନ୍ତ୍ର ରିଲିଫ କମିଶନରଙ୍କ ତତ୍ବାବଧାନରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରସ୍ତୁତ କରିଥାଏ । ତେବେ ଏସଆରସି ପ୍ରଦୀପ କୋଭିଡ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ସରକାରଙ୍କୁ ତାଙ୍କ ଅନୁପସ୍ଥିତ ମଧ୍ୟ ଉପଲବ୍ଧି ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.