ETV Bharat / city

ପୌର ନିର୍ବାଚନ ଅନିଶ୍ଚିତତା ପଛରେ BJD-BJP ଭିତିରି ବୁଝାମଣା: କଂଗ୍ରେସ

ରାଜ୍ୟର ବିଭିନ୍ନ ପୌର ପରିଷଦ ନିର୍ବାଚନ ହେବା ନେଇ ଆଗ୍ରହ ପ୍ରକାଶ କରୁନାହାନ୍ତି ରାଜ୍ୟ ସରକାର । BJD-BJP ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଭିତିରି ବୁଝାମଣା ହୋଇଥିବା ଅଭିଯୋଗ ଆଣିଲା କଂଗ୍ରେସ । ଅଧିକ ପଢନ୍ତୁ...

author img

By

Published : Jul 27, 2021, 8:01 AM IST

ପୌର ନିର୍ବାଚନ ଅନିଶ୍ଚିତତା ପାଇଁ BJD-BJP ଭିତିରି ବୁଝାମଣା: କଂଗ୍ରେସ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ପୌର ପରିଷଦ ଗୁଡିକରେ ଗତ ଦେଢ଼ ବର୍ଷ ହେବ ନିର୍ବାଚନ ହୋଇନଥିବାରୁ ଉନ୍ନୟନ କାର୍ଯ୍ୟଗୁଡିକ ଏକ ପ୍ରକାର ଠପ ହୋଇପଡିଛି । ଶାସକ ବିଜେଡି ପୌର ନିର୍ବାଚନ ନେଇ କୌଣସି ଆଗ୍ରହ ପ୍ରକାଶ ନକରିବାରୁ ବିରୋଧୀ ଏବେ ଶାସକ ଦଳକୁ ଘେରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଉଭୟ ଦଳକୁ ସମାଲୋଚନା କରିଛି କଂଗ୍ରେସ । ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକ ଏହି ବିଳମ୍ବ ପାଇଁ ଉଭୟଙ୍କୁ ଦାୟି କରିବା ସହ ଉଭୟ ଦଳ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରିଛନ୍ତି। ନିରଞ୍ଜନ କହିଛନ୍ତି ଉଭୟ ଦଳ ମଧ୍ୟରେ ଥିବା ମୁହାଁମୁହିଁ ସ୍ଥିତି କେବଳ ଲୋକ ଦେଖାଣିଆ । ବିଜେଡି ବିଜେପିକୁ ଭୟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ନିରବ ସମର୍ଥନ ଦେଇଆସିଛି ।

ପୌର ନିର୍ବାଚନ ଅନିଶ୍ଚିତତା ପଛରେ BJD-BJP ଭିତିରି ବୁଝାମଣା: କଂଗ୍ରେସ

ସେହିପରି ପିସିସି ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ, BJD-BJP ଭିତରେ କି ସମ୍ପର୍କ ରହିଛି ତାହା ଓଡିଶାବାସୀଙ୍କୁ ଅଛପା ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ଉପରେ ବର୍ଷୁଥିଲା ହେଲେ ନିର୍ବାଚନ ଫଳାଫଳ ପରେ କାହିଁକି ଚୁପ ହୋଇଗଲା ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ । ଉଭୟ ଦଳ କେବଳ କଥାରେ ସୋ ବାଜି କରୁଛନ୍ତି। କେନ୍ଦ୍ର ସରକାର ଦ୍ବାରା ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପରେ ବି ବିଜେଡି ଚୁପ ରହିଛି, ସେହିପରି ଚାଷୀ ଆଇନକୁ ସମର୍ଥନ ମଧ୍ୟ କରିଛି ବିଜେଡି । ଏଫସିଆଇ ସମ୍ମୁଖରେ ବିଜେଡିର କେନ୍ଦ୍ର ବିରୋଧୀ ପ୍ରସଙ୍ଗରେ ନାରାବାଜି ପ୍ରଶ୍ନରେ ନିରଞ୍ଜନ କହିଛନ୍ତି ଏହା କେବଳ ଲୋକ ଦେଖାଣିଆ । ଉଭୟଙ୍କୁ ବିଶ୍ବାସ ନାହିଁ, CBI ତଦନ୍ତ ପାଇଁ ବିଜେପିକୁ ବିଜେଡିର ଭୟ ଥିବାରୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ ଦେଇ ଆସୁଥିବା କଥା କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.