ETV Bharat / city

ମାର୍ଚ୍ଚରୁ ଅସହ୍ୟ ତାତି, ରାଜଧାନୀବାସୀ ଅସ୍ତବ୍ୟସ୍ତ - ଆଞ୍ଚଳିକ ପାଣିପାଗ ବିଭାଗ

ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ବଢିଲାଣି ତାତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଡେଇଁବାକୁ ବସିଲାଣି । ଅଧିକ ପଢନ୍ତୁ...

ମାର୍ଚ୍ଚରୁ ଅସହ୍ୟ ତାତି , ରାଜଧାନୀ ଅସ୍ତବ୍ୟସ୍ତ

author img

By

Published : Mar 11, 2021, 10:57 PM IST

ଭୁବନେଶ୍ବର: ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ବଢିଲାଣି ତାତି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଏବେ ୪୦ ଡିଗ୍ରୀ ଡେଇଁବାକୁ ବସିଲାଣି । ଫେବୃଆରୀ ୨୪ ତାରିଖରୁ ରାଜଧାନୀ ଭୁବନେଶ୍ବର ସର୍ବଭାରତୀୟ ସ୍ତରରେ ଚତୁର୍ଥ ଦିନ ପାଇଁ ସର୍ବୋଚ୍ଚ ତାପମାତ୍ରା ଶୀର୍ଷରେ ରହିଥିଲା ।

ମାର୍ଚ୍ଚରୁ ଅସହ୍ୟ ତାତି , ରାଜଧାନୀ ଅସ୍ତବ୍ୟସ୍ତ

କ୍ରମାଗତ ଭାବେ ଦେଶର ଉତ୍ପତ ସହରରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ବର । ଏପଟେ ଚଳିତ ବର୍ଷ "ଲାଲିନା" ପ୍ରଭାବରୁ ଗ୍ରୀଷ୍ମ ଆରମ୍ଭରୁ ଏପରି ତାପମାତ୍ରା ବୃଦ୍ଧି ପାଇଥିବା ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ପ୍ରଶାନ୍ତ ମହାସାଗର ରେ ମଧ୍ୟମ ଧରଣର "ଲାଲିନା" ପାଣିପାଗ ପ୍ରକ୍ରିୟା ସକ୍ରିୟ ରହିବ । ଫଳରେ ମାର୍ଚ୍ଚ ରୁ ମଇଁ ମାସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।

ଚଳିତ ବର୍ଷ ଆରମ୍ଭରୁ ରାଜଧାନୀ ଭୁବନେଶ୍ବର ଦେଶର ଉତ୍ତପ୍ତ ସହରରେ ପରିଣତ ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଡିଶା ଚଳିତବର୍ଷ ମାର୍ଚ୍ଚ ପହିଲାରୁ ରାଜଧାନୀର ତାପମାତ୍ରା 39 ଡିଗ୍ରି ଟପିଲାଣି ଯାହା ଚିନ୍ତାର କରାଣ ହୋଇଛି । ତେବେ ଚଳିତ ବର୍ଷ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯିବା ନେଇ କହିଛି ବିଏମସି ।

ହିଟ ଷ୍ଟ୍ରୋକକୁ ଗୁରୁତ୍ବ ଦେଇ ଅଧିକ ଜନସମାଗମ ହେଉଥିବା ସ୍ଥାନ ତଥା ବସ ଷ୍ଟାଣ୍ଡ,ରେଲୱେ ଷ୍ଟେସନ,ମାର୍କେଟ ଗୁଡ଼ିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଥିବା କହିଛି ବିଏମସି । ତେବେ କେବେ ଏପରି ଅସହ୍ୟ ଗରମରୁ ମୁକ୍ତି ମିଳିବ ତାକୁ ସମସ୍ତଙ୍କ ଅପେକ୍ଷା ।

ସଞ୍ଜୀବ କୁମାର ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.