ETV Bharat / city

ୟୁକ୍ରେନରେ ସ୍ଥିତି ଗମ୍ଭୀର, ଓଡିଆ ଛାତ୍ରୀଛାତ୍ରୀଙ୍କୁ ସ୍ବଦେଶ ଫେରାଇବା ସ୍ୱତନ୍ତ୍ର ବିମାନ ଦାବି

author img

By

Published : Feb 24, 2022, 11:02 PM IST

ୟୁକ୍ରେନରେ ସ୍ଥିତି ଗମ୍ଭୀର । ଏବେ ମଧ୍ୟ ଫସିଛନ୍ତି ୧୫ ହଜାରରୁ ଉର୍ଦ୍ଧ୍ବ ଭାରତୀୟ ଛାତ୍ରଛାତ୍ରୀ । 13ଶହ ଓଡିଆ ଛାତ୍ରଛାତ୍ରୀ ଥିବା ଦର୍ଶାଇ ଏୟାର ଲିଫ୍ଟ କରିବାକୁ ଦାବି କଲା ଓଡିଆ ସଂଗଠନ । ଅଧିକ ପଢନ୍ତୁ

ୟୁକ୍ରେନରେ ସ୍ଥିତି ଗମ୍ଭୀର, ଓଡିଆ ଛାତ୍ରୀଛାତ୍ରୀଙ୍କୁ ସ୍ବଦେଶ ଫେରାଇବା ସ୍ୱତନ୍ତ୍ର ବିମାନ ଦାବି
ୟୁକ୍ରେନରେ ସ୍ଥିତି ଗମ୍ଭୀର, ଓଡିଆ ଛାତ୍ରୀଛାତ୍ରୀଙ୍କୁ ସ୍ବଦେଶ ଫେରାଇବା ସ୍ୱତନ୍ତ୍ର ବିମାନ ଦାବି

ଭୁବନେଶ୍ବର: ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିରହିଛନ୍ତି ହଜାର ହଜାର ଭାରତୀୟ । ଋଷର ପ୍ରବଳ ଆକ୍ରମଣ ଫଳରେ ୟୁକ୍ରନର ଆକାଶ ମାର୍ଗ ମଧ୍ୟ ବନ୍ଦ ରହିଛି । ଏଭଳି ଚିନ୍ତାଜନକ ପରିସ୍ଥିତିରେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବିମାନ ଯୋଗେ ତୁରନ୍ତ ଏୟାର ଲିଫ୍ଟ କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ଲୋବାଲ ଫୋକସ ଏଜେନ୍ସି ।

ପ୍ରାୟ 15 ହଜାର ଯୁବ ଭାରତୀୟ ଛାତ୍ରଛାତ୍ରୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହା ଭିତରୁ 13ଶହ ଜଣ ଓଡିଆ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି । ତେଣୁ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁରୋଧ କରୁଛି ଗ୍ଲୋବାଲ ଫୋକସ ଏଜେନ୍ସି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ ଯୋଗେ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.