ETV Bharat / city

ସାଇବର ଅପରାଧର ଶିକାର ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର

author img

By

Published : Apr 26, 2022, 6:58 PM IST

Updated : Apr 26, 2022, 7:14 PM IST

ମହଙ୍ଗା ପଡିଲା ନକଲି ନିଯୁକ୍ତି ସାଇଟ୍‌ରେ ପଞ୍ଜୀକରଣ । ସାଇବର ଜାଲରେ ଫସିଲେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର । ଅଧିକ ପଢନ୍ତୁ

ସାଇବର ଅପରାଧର ଶିକାର ୟୁକ୍ରେନ ଡାକ୍ତରୀ ଛାତ୍ର

ଭୁବନେଶ୍ବର: ମହଙ୍ଗା ପଡିଲା ନକଲି ନିଯୁକ୍ତି ସାଇଟ୍‌ରେ ପଞ୍ଜୀକରଣ । ସାଇବର ଜାଲରେ ଫସିଲେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର । ଏକ ନିଯୁକ୍ତି ସାଇଟରେ ଛାତ୍ର ଜଣକ ୨୫ ହଜାର ଦେଇ ପଞ୍ଜୀକରଣ କରି ଠକାମୀର ଶିକାର ହୋଇଥିବା ଜଣାପଡିଛି ।

ସାଇବର ଅପରାଧର ଶିକାର ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର
ଅନଲାଇଲରେ ପଢ଼ାଇବା ପାଇଁ ସର୍ଚ୍ଚ କରୁଥିବାବେଳେ ଏକ ନିଯୁକ୍ତି ସାଇଟ୍‌ରେ ପଞ୍ଜୀକରଣ କରିଦେଲେ ଜଣେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ର । ପଞ୍ଜୀକରଣ ପାଇଁ ୨୫ ହଜାର ଟଙ୍କା ମଧ୍ୟ ଦେଇଦେଲେ ।

ପରେ ନକଲି ସାଇଟ୍‌ ଜଣାପଡିବାରୁ ଠକାମୀର ଶିକାର ହୋଇଗଲେ ଛାତ୍ର । ଏନେଇ ଛାତ୍ରଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏଇଭଳି 100ରୁ ଅଧିକ ପିଲା ଲକ୍ଷାଧିକ ଟଙ୍କାର ଠକେଇର ଶିକାର ହୋଇଥିବା ସନ୍ଦେହ କରିଛନ୍ତି ସାଇବର ଏକସ୍ପର୍ଟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 26, 2022, 7:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.