ETV Bharat / city

ଜୁଲାଇ ୮ରୁ UGC ନେଟ୍‌ ପରୀକ୍ଷା

author img

By

Published : Jun 26, 2022, 6:03 PM IST

ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା ନେଇ ଘୋଷଣା କଲା NTA(National Testing Agency) । ପ୍ରାର୍ଥୀମାନେ NTAର ୱେବସାଇଟକୁ ଯାଇ ଦେଖିପାରିବେ ବିଜ୍ଞପ୍ତି । ugcnet@nta.ac.inକୁ ମେଲ୍ ଦ୍ଵାରା ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିବ ଆବଶ୍ୟକୀୟ ତଥ୍ୟ । NTA ପକ୍ଷରୁ ଜାରିହେଲା ହେଲ୍ପଲାଇନ ନମ୍ବର । ଅଧିକ ପଢ଼ନ୍ତୁ

ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା
ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା

ଭୁବନେଶ୍ବର: ଜୁଲାଇ ୮ରୁ ହେବ ୟୁଜିସି ନେଟ ପରୀକ୍ଷା । ଜୁଲାଇ ଓ ଅଗଷ୍ଟ ମାସରେ ହେବ ପରୀକ୍ଷା । ଏନେଇ NTA(National Testing Agency) ପକ୍ଷରୁ ସୂଚନା ଦିଆଯାଇଛି । ଡିସେମ୍ବର ୨୦୨୧ ଓ ଜୁନ୍ ୨୦୨୨ ପାଇଁ ପରୀକ୍ଷାର୍ଥୀ ମାନେ NTAର ୱେବସାଇଟକୁ ଯାଇ ଦେଖିପାରିବେ ବିଜ୍ଞପ୍ତି । ugcnet@nta.ac.inକୁ ମେଲ୍ ଦ୍ଵାରା ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିବ ଆବଶ୍ୟକୀୟ ତଥ୍ୟ ।

ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା
ଜୁଲାଇ ୮ରୁ ୟୁଜିସି ନେଟ ପରୀକ୍ଷା

ସୂଚନା ଅନୁସାରେ ବର୍ଷକୁ କେବଳ ଦୁଇଥର ହିଁ UGC NET ପରୀକ୍ଷା ହୋଇଥାଏ । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଡିସେମ୍ବର ୨୦୨୧ରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଜୁନ ୨୦୨୨ ପରୀକ୍ଷାରେ ମଧ୍ୟ ବିଳମ୍ବ ହୋଇଥିବାରୁ ଉଭୟ ପରୀକ୍ଷକୁ ଗୋଟିଏ ସମୟରେ କରିବାକୁ NTA ପୂର୍ବରୁ ନିଷ୍ପତ୍ତି ନେଇଥିଲା । ଜୁଲାଇ ମାସର ୮,୯,୧୧ ଓ ୧୨ତାରିଖ ଏବଂ ଅଗଷ୍ଟ ମାସର ୧୨, ୧୩ ଓ ୧୪ ତାରିଖରେ ୟୁଜିସି ନେଟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ସୂଚନା ଦେଇଛି । ପରୀକ୍ଷା ବିଷୟରେ ଜାଣିବା ପାଇଁ ପ୍ରାର୍ଥୀମାନେ ୱେବସାଇଟ୍ www.nta.ac.in କିମ୍ବା ugcnet.nta.nicକୁ ଯାଇ ଯାଞ୍ଚ କରିବାକୁ ପରାମର୍ଶ ଦିଆଯିବା ସହ NTA ହେଲ୍ପଲାଇନ ନମ୍ବର (୦୧୧ ୪୦୭୫୯୦୦୦) ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.