ETV Bharat / city

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ UGCର ନିର୍ଦ୍ଦେଶ

author img

By

Published : Sep 16, 2021, 4:21 PM IST

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ ବିଶ୍ବ ବିଦ୍ୟାଳୟ ଅନୁଦାନ କମିଶନ (UGC)ର ଯୋଜନା । ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଅବଗତ କଲେ କମିଶନ ସଚିବ । ସଂସ୍ଥାନରେ ଗଠନ ହେବ ସ୍ବତନ୍ତ୍ର କମିଟି । ଜାତିଭିତ୍ତିକ ଭେଦଭାବ ଅଭିଯୋଗରେ ହେବ ତ୍ବରିତ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ.....

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ UGCର ନିର୍ଦ୍ଦେଶ
ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ UGCର ନିର୍ଦ୍ଦେଶ

ଭୁବନେଶ୍ବର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ ବିଶ୍ବ ବିଦ୍ୟାଳୟ ଅନୁଦାନ କମିଶନ (UGC) ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଏନେଇ ଅବଗତ କରାଯାଇଥିବାବେଳେ ପୁନର୍ବାର ସବୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଏନେଇ UGC ସଚିବ ପ୍ରଫେସର ରଜନିଶ ଜୈନ ଚିଠି ଲେଖି ଅବଗତ କରାଇଛନ୍ତି ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ UGCର ନିର୍ଦ୍ଦେଶଉଚ୍ଚ ଶିକ୍ଷାନୁଷ୍ଠାନରେ ଜାତିଭିତ୍ତିକ ଭେଦଭାବ ରୋକିବାକୁ UGCର ନିର୍ଦ୍ଦେଶ

କମିଶନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି, ଶିକ୍ଷାନୁଷ୍ଠାନର ଅଧିକାରୀ/ଅଧ୍ୟାପିକା/କର୍ମଚାରୀ ଅନୂସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କର ଜାତି ଓ ସାମାଜିକ ଉତ୍ପତ୍ତିକୁ ନେଇ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ। ଜାତିଭିତ୍ତିକ ଅଭିଯୋଗ ପାଇଁ ବିଶ୍ବବିଦ୍ୟାଳୟ / ଶିକ୍ଷାନୁଷ୍ଠାନ/ ମହାବିଦ୍ୟାଳର ୱେବସାଇଟ୍‌ରେ ଏକ ପୃଷ୍ଠା ଖୋଲିବେ ସମ୍ପୃକ୍ତ କର୍ତ୍ତୃପକ୍ଷ । ଏଥିରେ ଅନୂସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ଜାତିଗତ ଭେଦଭାବର ଶିକାର ହେଉଥଲେ ଏନେଇ ଅଭିଯୋଗ କରିପାରିବେ ।

ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ କୁଳସଚିବ ଓ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପଞ୍ଜିକା ମଧ୍ୟ ରଖାଯିବାର ବ୍ୟବସ୍ଥା କରାଯିବ। ସଂସ୍ଥାନର କୌଣସି କର୍ମଚାରୀ ଓ ଅଧ୍ୟାପକ କୌଣସି ସମ୍ପ୍ରଦାୟ କିମ୍ବା ଛାତ୍ରଛାତ୍ରୀଙ୍କୁ ଭେଦଭାବମୂଳକ ଆକ୍ଷେପ ନ କରିବେ ସେଥିପ୍ରତି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଧ୍ୟାନ ଦେବେ । କୌଣସି କର୍ମଚାରୀ ଯଦି ଏହି ପ୍ରକାର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପ୍ରମାଣ ମିଳେ ତେବେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ।

ଛାତ୍ରଛାତ୍ରୀଙ୍କ ଠାରୁ ମିଳିଥିବା ଭେଦଭାବ ସମ୍ବନ୍ଧୀୟ ଅଭିଯୋଗକୁ ଯାଞ୍ଚ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ କମିଟି ଗଠନ କରିବ। ଅନୂସୂଚିତ ଜାତି/ଜନଜାତି/ପଛୁଆ ବର୍ଗ ଛାତ୍ରଛାତ୍ରୀ, ଶିକ୍ଷକ,କର୍ମଚାରୀଙ୍କଠାରୁ ଏହି ପ୍ରକାରଭୁକ୍ତ ଅଭିଯୋଗ ଆସିଲେ ଏହି କମିଟି ତାର ତଦନ୍ତ କରି ରିପୋର୍ଟ ଦେବ । ଏନଇ ଏନେଇ UGC ପକ୍ଷରୁ ସବୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ନିର୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.