ETV Bharat / city

ସୋମବାରଠୁ କ୍ଳାସ ରୁମରେ ପାଠ ପଢ଼ିବେ UG ପ୍ରଥମ ବର୍ଷ ଛାତ୍ରଛାତ୍ରୀ - Corona

ରାଜ୍ୟରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋଭିଡ ସଂକ୍ରମିତଙ୍କ ସଂଖ୍ୟା । ଏନେଇ ଅନଲାଇନ କ୍ଲାସ ପରିବର୍ତ୍ତେ ଅଫଲାଇନ ଯୋଗେଁ କ୍ଲାସରୁମରେ ପାଠ ପଢିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ସୋମବାରଠୁ କ୍ଳାସ ରୁମରେ ପାଠ ପଢ଼ିବେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ

author img

By

Published : Sep 18, 2021, 7:54 PM IST

Updated : Sep 18, 2021, 9:34 PM IST

ଭୁବନେଶ୍ବର: ସୋମବାର ଠାରୁ 2020-21 ଶିକ୍ଷାବର୍ଷର ୟୁଜି ପ୍ରଥମ ବର୍ଷ ପିଲାଙ୍କର କ୍ଳାସ ରୁମରେ ହେବ ପଠାପଢ଼ା । ସେପ୍ଟେମ୍ବର 20ରୁ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା । ଉଭୟ ୟୁଜି 3ୟ ବର୍ଷ ଓ 4ର୍ଥ ବର୍ଷ ପାଠ୍ୟକ୍ରମ ପ୍ରଥମ ବର୍ଷ ପିଲାଙ୍କ କ୍ଲାସ କରାଯିବ। କୋରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ପାଇଁ ନିଆଯାଇଛି ନିଷ୍ପତ୍ତି । ଏନେଇ ସମସ୍ତ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଚିଠି ଲେଖି ଜଣାଇଛନ୍ତି ।

ସୋମବାରଠୁ କ୍ଳାସ ରୁମରେ ପାଠ ପଢ଼ିବେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ
ସୋମବାରଠୁ କ୍ଳାସ ରୁମରେ ପାଠ ପଢ଼ିବେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀ

ତେବେ କୋରୋନା କଟକଣା ମଧ୍ୟରେ ପଠାପଢ଼ା ଆରମ୍ଭ ହେବ । ସେପଟେ ରାଜ୍ୟରେ କୋଭିଡ୍ -19 ସ୍ଥିତିର ଉନ୍ନତିକୁ ଦୃଷ୍ଟିରେ ରଖି ରାଜ୍ୟ ପବ୍ଲିକ୍ ୟୁନିଭରସିଟି ଏବଂ ସରକାରୀ ତଥା ଅଣ-ସରକାରୀ ଡିଗ୍ରୀ କଲେଜଗୁଡିକ UG ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଶାରୀରିକ ଶ୍ରେଣୀଗୃହ ଶିକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଲାସ ରୁମରେ କୋରୋନା କଟକଣା ନିର୍ଦ୍ଦେଶାବଳୀ ଅନୁସରଣ କରି ହେବ ପାଠପଢା । କଣ୍ଟେନମେଣ୍ଟ ଜୋନରେ ରହୁଥିବା ଶିକ୍ଷକ, କର୍ମଚାରୀ , ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟ ସମେତ କଲେଜ ଆସିପାରିବେ ନାହିଁ । କଲେଜକୁ ଆସିବାକୁ ହେଲେ ଫେସ୍ ମାକ୍ସ ବାଧ୍ୟତାମୂଳକ । ବାରମ୍ବାର ହାତ ଧୋଇବା, ସାନିଟାଇଜେସନକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି ।

ତେବେ ଶ୍ରେଣୀଗୃହ, ଲାଇବ୍ରେରୀ, ଲାବୋରେଟୋରୀ ଇତ୍ୟାଦିରେ ସାମାଜିକ ଦୂରତ୍ବ ଗ୍ରହଣ କରାଯିବ ଯଦି ଆବଶ୍ୟକ ହୁଏ ତେବେ ଅଧିକ ଶ୍ରେଣୀରେ ବିଭକ୍ତ କରାଯାଇପାରେ । କ୍ୟାମ୍ପସରେ ଛେପ ପକାଇବା ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଯେ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ଏକ ଆଇସୋଲେଶନ ରୁମ ରହିବା ଆବଶ୍ୟକ ।

ତେଣୁ ଏନେଇ ଛାତ୍ରଛାତ୍ରୀ ମାନଙ୍କ ପାଇଁ ରବିବାର ଠାରୁ ହଷ୍ଟେଲ ଖୋଲାଯିବ । ସେହିପରି ହଷ୍ଟେଲଗୁଡିକରେ କୋଭିଡ୍ -19 ପ୍ରତିରୋଧ ପ୍ରୋଟୋକଲ୍ ଅନୁସରଣ କରାଯିବ । ଏନେଇ ରାଜ୍ୟର ସମସ୍ତ କଲେଜକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 18, 2021, 9:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.