ଭୁବନେଶ୍ବର: ଚଳିତ ବର୍ଷ ପାଇଁ ହେବାକୁ ଥିବା ପିଜି ଓ ୟୁଜି ପରିକ୍ଷା ବାତିଲ କରାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଶେଷ ବର୍ଷର ବାକି ଥିବା ସମସ୍ତ ଶେଷ ପରୀକ୍ଷାକୁ ବାତିଲ କରାଯାଇଥିବା ଉଛଶିକ୍ଷା ବିଭାଗ ପକ୍ଷରୁ ସୂଚନା ।
ଏହା ସହ ସମସ୍ତ ପ୍ରାଟିକାଲ ପରିକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ବିକଳ୍ପ ମୁଲ୍ୟୟାନ ପ୍ରକ୍ରିୟାକୁ ଆପଣାଯିବ। ଅଗଷ୍ଟ ଶେଷ ସୁଦ୍ଧା ପରିକ୍ଷା ଫଳ ବାହାରିବ । ସୂଚନା ଅନୁସାରେ ପରୀକ୍ଷା ନେଇ ଆଜି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । କୋରୋନାକୁ ଆଖି ଆଗରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ