ଭୁବନେଶ୍ୱର: ରାଜ୍ୟରେ ହୁହୁ ହୋଇ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ ମୁକାବିଲାକୁ ଶାଣିତ କରାଯାଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହଯୋଗର ହାତ ବଢ଼େଇଛନ୍ତି ବିଭିନ୍ନ ଘରୋଇ ଶିଳ୍ପ ସଂସ୍ଥା । ଆଜି ଦୁଇ ଘରୋଇ କମ୍ପାନୀ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସାଢ଼େ 53 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
![ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦେଲେ ଦୁଇ ଘରୋଇ କମ୍ପାନୀ](https://etvbharatimages.akamaized.net/etvbharat/prod-images/11678290_thumbnai.jpg)
ଏସ୍ଏମସି ଷ୍ଟିଲ କମ୍ପାନୀ ୫୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି । କୋଭିଡ୍ ଲଢ଼େଇରେ ନିଜର ଯୋଗଦାନ ସ୍ୱରୁପ କମ୍ପାନୀ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛି । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ କମ୍ପାନୀର ଅଧ୍ୟକ୍ଷ ମୁଲଚାନ୍ଦ ଅଗ୍ରୱାଲ୍ ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଜେ.ପି. ଶର୍ମା ଏହି ରାଶିର ଚେକ୍ ପ୍ରଦାନ କରିଛନ୍ତି ।
![ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ ଦେଲେ ଦୁଇ ଘରୋଇ କମ୍ପାନୀ](https://etvbharatimages.akamaized.net/etvbharat/prod-images/11678290_thumbn.jpg)
ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ୍ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧନ ରହିଛି । କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି ବୋଲି କହିଛନ୍ତି ଏସ୍ଏମସି ଅଧ୍ୟକ୍ଷ ମୁଲଚାନ୍ଦ ଅଗ୍ରୱାଲ୍ ।
ଭୁବନେଶ୍ୱରରୁ ଭବାନୀ ଶଙ୍କର ଦାସ ଓ ତପନ କୁମାର ଦାସ, ଇଟିଭି ଭାରତ