ETV Bharat / city

ସୁନା ତସ୍କରି ଓ ଫେକ ଇନଭଏସର ପର୍ଦ୍ଦାଫାଶ, ଦୁଇ ଓଡିଆ ଅଫିସରଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ

author img

By

Published : Jan 26, 2021, 7:53 PM IST

ସୁନା ତସ୍କରି ଓ ଫେକ ଇନଭଏସର ପର୍ଦ୍ଦାଫାଶ । ଦୁଇ ଓଡିଆ ଅଫିସରଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ । ଅଧିକ ପଢନ୍ତୁ...

Two Oriya Officers will Receive Presidential Medals
ସୁନା ତସ୍କରି ଓ ଫେକ ଇନଭଏସର ପର୍ଦ୍ଦାଫାଶ, ଦୁଇ ଓଡିଆ ଅଫିସରଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ

ଭୁବନେଶ୍ବର: ସୁନା ତସ୍କରିର ପର୍ଦ୍ଦାଫାଶ କରି ରାଷ୍ଟ୍ରପଦି ପଦକ ପାଇଁ ବିବେଚିତ ହେଲେ ଓଡିଆ ଅଫିସର। ବିଦେଶରୁ ତଥା ରାଜ୍ୟ ଭିତରେ ହେଉଥିବା ସୁନା ତସ୍କରିର କରିଥିଲେ ପର୍ଦ୍ଦାଫାଶ । ଏୟାରପୋର୍ଟ, ରେଳଷ୍ଟେସନ ବା ବସ ଯୋଗେ ହେଉଥିବା କାରବାର ପର୍ଦ୍ଦାଫାଶ କରି ରାଷ୍ଟ୍ରପତି ପଦକ ସମ୍ମାନ ପାଇଁ ହୋଇଛନ୍ତି ବିବେଚିତ । ଯେକି ଡିଆରଆଇରେ ନିଜର ଉଲ୍ଲେଖନୀୟ ସେବା ଯୋଗାଇ ଅଫିସର ଶୁଭକାନ୍ତ ପ୍ରଧାନଙ୍କୁ ରାଷ୍ଟ୍ରପତି ପଦକ ପାଇଁ ବିବେଚିତ କରିଛନ୍ତି କେନ୍ଦ୍ର ସରକାର।

ସେହିପରି ରାଜ୍ୟରେ ଟ୍ୟାକ୍ସ ଫାଙ୍କିବା ନେଇ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାଶ କରି ରାଷ୍ଟ୍ରପତି ପଦକ ପାଇଁ ବିବେଚିତ ହୋଇଛନ୍ତି ଆଉ ଜଣେ ଓଡିଆ ଅଫିସର ହିମାଁଶୁ ଶେଖର ସାହା। ଯେକି ଡିଜିଜିଆଇରେ ସିନିୟର ଇଣ୍ଟେଲିଜେନସ ଅଫିସର ଭାବେ ଦାୟିତ୍ବ ତୁଲାଉଛନ୍ତି। ଅନେକ କୋଟିପତିଙ୍କ କୋଟିକୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇର ଗୁମର ଖୋଲି ଅନେକ କୋଟିପତିଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛନ୍ତି।

ଅନେକ ଟ୍ୟାକ୍ସ ବା ସରକାରଙ୍କ ରେଭନ୍ୟୁ ସରକାର ଫେରିପାଇବାରେ ସହଯୋଗ କରି ନିଜର ଗୁଇନ୍ଦାଗିରି ପ୍ରଭାବରେ ଏପରି ସଫଳତା ପାଇଁ ତାଙ୍କୁ ରାଷ୍ଟ୍ରପତି ପଦକ ପାଇଁ ବିବେଚନା କରାଯାଇଛି। ଯେକି କେନ୍ଦ୍ରିୟ ଅର୍ଥମନ୍ତ୍ରାଳୟର ଦୁଇ ଓଡିଆ ଅଫିସର ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରେ ଚୟନ ତାଲିକାରେ ସ୍ଥାନ ପାଇଛନ୍ତି। ତେବେ ୭୨ ବର୍ଷ ଓଡିଶା ଇତିହାସରେ ଏମାନେ ହେଉଛନ୍ତି ଦ୍ବିତୀୟ ଏବଂ ତୃତୀୟ ଓଡିଆ ଅଫିସର ଯେ କି ଏଭଳି ସମ୍ମାନ ପାଇଁ ବିବେଚିତ ହୋଇଛନ୍ତି। କାରଣ ପୂର୍ବରୁ ପ୍ରଥମ ଓଡିଆ ଭାବେ ଜି ସି ବାହୁବଳେନ୍ଦ୍ର ୨୦୧୮ରେ ଏପଦକ ପାଇଁ ସମ୍ମାନୀତ ହୋଇଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.