ଭୁବନେଶ୍ବର: ଜାତୀୟ ମହିଳା ଖୋଖୋ ଶିବିରରେ ଦୁଇ ଓଡ଼ିଆ ସାମିଲ । ମାର୍ଚ୍ଚ 11ରୁ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ହେବ ଜାତୀୟ ମହିଳା ଖୋଖୋ ଶିବିର । ଏଥିପାଇଁ ଘୋଷଣା ହୋଇଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଦୁଇ ଓଡ଼ିଆ । ଏହି ଦୁଇ ଜଣ ହେଉଛନ୍ତି ଅର୍ଚ୍ଚନା ମାଝୀ ଏବଂ କାଦମ୍ବିନୀ ମାଝୀ । ମାର୍ଚ୍ଚ 11ରୁ ଆରମ୍ଭ ହୋଇ 31 ପର୍ଯ୍ୟନ୍ତ ଏହି ଖୋଖୋ ଶିବିର ଚାଲିବ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ