ETV Bharat / city

ସ୍କୁଲ ଯିବା ବେଳେ କଟକରୁ ଦୁଇ ନାବାଳିକାଙ୍କୁ ଉଠାଇନେଲେ, ଭୁବନେଶ୍ୱରରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ - Bhubaneswar childline

ସ୍କୁଲ ଯିବା ବେଳେ କଟକରୁ ଦୁଇ ନାବାଳିକାଙ୍କୁ ଉଠାଇନେଲେ । ପରେ ଅପହୃତ ଦୁଇ ନାବାଳିକାଙ୍କୁ ଭୁବନେଶ୍ବରରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ । ଅଧିକ ପଢନ୍ତୁ

କଟକରୁ ଅପହୃତ ଦୁଇ ନାବାଳିକାଙ୍କୁ ଭୁବନେଶ୍ବରରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ

author img

By

Published : May 17, 2022, 9:46 PM IST

ଭୁବନେଶ୍ବର: କଟକରୁ ଅପହୃତ ହୋଇଥିବା ଦୁଇ ନବାଳିକା ଭୁବନେଶ୍ବରରୁ ଉଦ୍ଧାର । ଅପହୃତ ଦୁଇ ନାବାଳିକାଙ୍କୁ ପୁରୀ ଚାଲାଣ ବେଳେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ଚାଇଲ୍ଡ ଲାଇନ ।

ସୂଚନା ଅନୁସାରେ, ଦୁଇ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ଯାଇଥିବା ବେଳେ ସେମାନଙ୍କୁ ଅପହରଣ କରି ନେଇଥିଲେ କିଛି ଦଲାଲ । କଟକ ନୟାବଜାରରୁ ବସ ଯୋଗେ ଦୁଇ ଛାତ୍ରୀଙ୍କୁ ପୁରୀ ଚାଲାଣ କରାଯାଉଥିବା ସୂଚନା ପାଇ ପୂର୍ବ ପ୍ରସ୍ତୁତି ଅନୁସାରେ ଜଗି ରହିଥିଲା ଚାଇଲ୍ଡ ଲାଇନ । ଏନେଇ (OD02 AF 6611) ନମ୍ବର ବିଶିଷ୍ଟ ଆଶୁତୋଷ ନାମିତ ଏକ ବସକୁ କଳ୍ପନା ଛକରେ ଅଟକାଇଥିଲେ ଚାଇଲଡ ଲାଇନ କର୍ମଚାରୀ । ପରେ ବସରେ ଥିବା ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

କଟକରୁ ଅପହୃତ ଦୁଇ ନାବାଳିକାଙ୍କୁ ଭୁବନେଶ୍ବରରୁ ଉଦ୍ଧାର କଲା ଚାଇଲ୍ଡ ଲାଇ

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦଲାଲ ରବିନ୍ଦ୍ର ପ୍ରଧାନ ସମେତ ଅନ୍ୟ ଦୁଇ ଅଭିଯୁକ୍ତ କୌଶଳକ୍ରମେ ଘଟାଣସ୍ଥଳରୁ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି । ବାସ୍ତବରେ ଏହା ପଛରେ କୌଣସି‌ ରାକେଟ କାମ କରୁଛନ୍ତି ନା, କିଛ ଦଲାଲ ମିଳିତ ଭାବେ ଏପରି କାମ ଚଲାଇଛନ୍ତି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଉଦ୍ଧାର ଦୁଇ ଛାତ୍ରୀଙ୍କୁ ଚାଇଲ୍ଡ ଲାଇନର ହେପାଜତରେ ରଖାଯାଇଥିବା ସୂଚନା ମିଳିଛି ।

କଟକରୁ ଅପହୃତ ଦୁଇ ନାବାଳିକାଙ୍କୁ ଭୁବନେଶ୍ବରରୁ ଉଦ୍ଧାର କଲା ଚାଇଲ୍ଡ ଲାଇକଟକରୁ ଅପହୃତ ଦୁଇ ନାବାଳିକାଙ୍କୁ ଭୁବନେଶ୍ବରରୁ ଉଦ୍ଧାର କଲା ଚାଇଲ୍ଡ ଲାଇ

ତେବେ ପୁର୍ବରୁ ଇନଫୋସିଟି ଥାନା ଅଞ୍ଚଳରେ ଏକ ପିଲା ଚୋରି ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ଶିଖରଚଣ୍ଡୀ ବସ୍ତିରୁ ଏକ ଛୋଟ ଛୁଆକୁ ଚୋରି କରି ନେଉଥିବା ସମୟରେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ସେ଼ଇପରି ଖଣ୍ଡଗିରିରେ ତିନି ଜଣ ପିଲା ଚୋର‌ ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ନାଵାଳକକୁ ଅପହରଣ କରିନେଇଥିବା ବେଳେ ପରବର୍ତ୍ତୀ ସମୟରେ ଉଦ୍ଧାର କରିଥିଲା ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.