ETV Bharat / city

ରାଜ୍ୟକୁ ଫେରିଲେଣି ଅଢେଇ ଲକ୍ଷ ଶ୍ରମିକ, ଆସିଛି 109ଟି ଶ୍ରମିକ ଟ୍ରେନ - ଅସିତ ତ୍ରିପାଠୀ

ରାଜ୍ୟକୁ ଫେରିଲେଣି ଅଢେଇ ଲକ୍ଷ ଶ୍ରମିକ ଟ୍ରେନ । ପ୍ରବାସୀଙ୍କ ନେଇ ଆଜି ଯାଏଁ ରାଜ୍ୟକୁ ଆସିଲାଣି 109ଟି ସ୍ବତନ୍ତ୍ର ଟ୍ରେନ । ଏଥିରେ 1 ଲକ୍ଷ 53 ହଜାର 738 ଆସିଛନ୍ତି ଓଡିଶା ।

ରାଜ୍ୟକୁ ଫେରିଲେଣି ଅଢେଇ ଲକ୍ଷ ଶ୍ରମିକ, ଆସିଛି 109ଟି ଶ୍ରମିକ ଟ୍ରେନ

author img

By

Published : May 26, 2020, 10:07 PM IST

ଭୁବନେଶ୍ବର: ରାଜ୍ୟକୁ ଫେରିଲେଣି ଅଢେଇ ଲକ୍ଷ ଶ୍ରମିକ, ଆସିଛି 109ଟି ଶ୍ରମିକ ଟ୍ରେନ । ପ୍ରବାସୀଙ୍କ ନେଇ ଆଜି ଯାଏଁ ରାଜ୍ୟକୁ ଆସିଲାଣି 109ଟି ସ୍ବତନ୍ତ୍ର ଟ୍ରେନ । ଏଥିରେ 1 ଲକ୍ଷ 53 ହଜାର 738 ଆସିଛନ୍ତି ଓଡିଶା । ଗଞ୍ଜାମକୁ 73 ହଜାର, ବଲାଙ୍ଗୀରକୁ 11 ହଜାର, ବାଲେଶ୍ବରକୁ 11 ହଜାର ଭଳି ବିଭିନ୍ନ ରାଜ୍ୟର ଅନେକ ଜିଲ୍ଲାରୁ ପ୍ରବାସୀମାନେ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ଆସିଛନ୍ତି । ଗୁଜୁରାଟରୁ 50ଟି ଟ୍ରେନ ଓ ତେଲେଙ୍ଗାନାରୁ 11ଟି ଟ୍ରେନ ଆସିଛି । ଅନ୍ୟ ରାଜ୍ୟ ସହ ଓଡିଶା ସରକାରଙ୍କ ସହଯୋଗରେ ଏହି ସମସ୍ତ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିଛି ।

ଦୁଇ ରାଜ୍ୟର ସହଯୋଗରେ କେଉଁ ଯାତ୍ରୀ କେଉଁ ଅଞ୍ଚଳକୁ ଯିବେ ତାଙ୍କର ସମ୍ପୂର୍ଣ୍ଣ ଭାବରେ ପରିଚୟ ଆଦି ଯୋଗାଇଥିଲେ ରାଜ୍ୟ ସରକାର । କିନ୍ତୁ ଗତ ସପ୍ତାହରେ କେନ୍ଦ୍ର ସରକାର ଏହାକୁ ଉଠାଇଥିଲେ । ଯାହା ଟ୍ରେନ ଚଳାଚଳରେ ଅନେକ ସମସ୍ୟା ଦେଖିବାକୁ ମିଲିଲା । କେଉଁ ଯାତ୍ରୀ କେଉଁଠିକୁ ଯିବେ ତାହା ମଧ୍ୟ ନଜରରେ ନଥିଲା । କେଉଁ ଟ୍ରେନ ରାଜ୍ୟର କେଉଁଠିକୁ ଯିବ, ତାହା ମଧ୍ୟ ନଜରରେ ନଥିଲା । ତେଣୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାଜ୍ୟ ସରକାର ଓ ପ୍ରବାସୀମାନେ ।

ରାଜ୍ୟକୁ ଫେରିଲେଣି ଅଢେଇ ଲକ୍ଷ ଶ୍ରମିକ, ଆସିଛି 109ଟି ଶ୍ରମିକ ଟ୍ରେନ

ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଲୋକ କ୍ବାରେନଣ୍ଟାଇନ ଅବଧି ସାରି ଘରକୁ ଫେରିଛନ୍ତି । ସେମାନଙ୍କୁ ଏକ ଡ଼ିସଚାର୍ଜ ପ୍ରମାଣପତ୍ର ମଧ୍ୟ ଦିଆଯାଉଛି । ଯାହାକୁ ଦେଖାଇବା ପରେ ଗ୍ରାମ ବା ସହରରେ ଜୀବନଯାପନ କରିପାରିବେ । କିନ୍ତୁ ଅନେକ ଏପରି କେସ ଦେଖାଯାଇଛି ଯେ ଅନେକ ଗ୍ରାମରେ ଡିସଚାର୍ଜ ହେଲା ପରେ ବି ଗ୍ରାମରେ ଭର୍ତ୍ତି କରନ୍ତି ନାହିଁ । ତେଣୁ ଏପରି ସ୍ଥଳରେ ଲୋକମାନଙ୍କୁ ବୁଝାଯାଉଛି ସଚେତନ କରାଯାଉଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.