ETV Bharat / city

ଚା’ ପ୍ରସ୍ତୁତ ବେଳେ ଫାଟିଲା ଗ୍ୟାସ ଟାଙ୍କି, ୨ ଗୁରୁତର

author img

By

Published : Jul 25, 2022, 1:02 PM IST

ଭୁୂବନେଶ୍ବର ଉପକଣ୍ଠ ଭରତପୁର ଥାନା ଫୁଲେଶ୍ବରି ବସ୍ତିରେ ଫାଟିଲା ଗ୍ୟାସ ଟାଙ୍କି । ଦୁଇ ଗୁରୁତର । ଅଧିକ ପଢନ୍ତୁ

ଚା ପ୍ରସ୍ତୁତ କଲାବେଳେ ଫାଟିଲା ଗ୍ୟାସ ଟାଙ୍କି, ୨ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ୨ଜଣ ଗୁରୁତର ହୋଇଛନ୍ତି । ଭରତପୁର ଥାନା ଫୁଲେଶ୍ବରି ବସ୍ତିରେ ଘଟିଛି ଏହି ଅଘଟଣ । ଏହି ଦୁର୍ଘଟଣାରେ ୨ଜଣ ଗୁରୁତର ହୋଇଥିବା ବେଳେ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ, ଫୁଲେଶ୍ବରି ବସ୍ତିରେ ଜଣେ ବ୍ୟକ୍ତି ସକାଳୁ ଚା ପ୍ରସ୍ତୁତ କରିବାକୁ ଗ୍ୟାସ ଲଗାଇବା ବେଳେ ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ଗୋଡ ଛିଣ୍ଡି ଯାଇଥିବା ବେଳେ ଆଉ ଜଣେ ଗୁରୁତର ଆହାତ ହୋଇଛନ୍ତି । ଗୁରୁତର ହୋଇଥିବା ଦୁଇଜଣ ହେଲେ ମନୋଜ ମହାରଣା, ନିଲୁ । ଗୁରୁତର ଭାବେ ଦୁଇଜଣଙ୍କୁ ଉଦ୍ଧାର କରାଯାଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଖବର‌ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.